କନକ ବ୍ୟୁରୋ: ବାତ୍ୟା ପୁନଃରୁଦ୍ଧାର ନସରିବା ଯାଏଁ ଓଡିଶାରେ ରହିବ ଏନଡିଆରଏଫ ଟିମ୍ । କେରଳ ବନ୍ୟାରେ ପରେ ଓଡିଶାରେ ବଡ ଅପରେସନ ଜାରି ରଖିଛି ଏନଡିଆରଏଫ । ଆଜି ଏମିତି କିଛି କହିଛନ୍ତି ଏନଡିଆରଏଫ ଡିଜି । ଏବେ ରାଜ୍ୟର ବାତ୍ୟା ପ୍ରଭାବିତ ଅଂଚଳରେ ୫୦ଟି ଏନଡିଆରଏଫ ୟୁନିଟ୍ ନିୟୋଜିତ ହୋଇଛନ୍ତି । ପୁରୀ ଓ ଭୁବନେଶ୍ୱରରେ ଅଧିକାଂଶ ଟିମ୍ କାମ କରୁଛନ୍ତି ।
ପୂର୍ବରୁ ୪୪ଟି ପୁନଃରୁଦ୍ଧାର କାମରେ ଲାଗିଥିବା ବେଳେ ଆଉ ୬ଟି ଟିମ୍ କୋଲକାତାରୁ ଆସିଛନ୍ତି । କୋଲକାତାରୁ ଗ୍ୟାସ କଟର ଓ ପ୍ଲାଜ୍ମା କଟର ମଗାଯାଇଛି । ଆବଶ୍ୟକ ହେଲେ ଆଉ ଅଧିକ ଟିମ୍ ମଗାଯିବ ବୋଲି ଏନଡିଆରଏଫ ଡିଜି ଏସ.ଏନ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ବାତ୍ୟା ପରେ ଗମନାଗମନ ସ୍ୱାଭାବିକ ହୋଇଥିବା ବେଳେ ଜଳ ଯୋଗାଣ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ବର୍ତମାନ ଏନଡିଆରଏଫ ବିଦ୍ୟୁତ ସରବରାହ ଓ ବଂଟନ ଉପରେ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/NDRF.jpg)
/kanak/media/post_attachments/wp-content/uploads/2019/05/Screen-Shot-2019-05-11-at-2.27.54-PM-300x224.png)