ଆଜିଠୁ ପୁଣି ସ୍ୱାଭାବିକ ହେବ ରେଳ ଚଳାଚଳ । ଭୁବନେଶ୍ୱର ଟ୍ରାକରେ ଗଡିବ ୧୪ଟି ପାସେଞ୍ଜର ଟ୍ରେନ

380

କନକ ବ୍ୟୁରୋ : ଭୁବନେଶ୍ୱରରୁ ଆଜି ଠାରୁ ସ୍ୱାଭାବିକ ହେବ ରେଳ ଚଳାଚଳ । ପୁଣିଥରେ ଭୁବନେଶ୍ୱର ଟ୍ରାକରେ ଦୌଡିବ ଭାରତୀୟ ରେଳ । ବାତ୍ୟା ଫୋନି ପୂର୍ବରୁ ଶାନ୍ତ ପଡିଥିବା ଭୁବନେଶ୍ୱର ରେଳଟ୍ରାକ ଉପରେ ଆଜି ଠାରୁ ପୁଣିଥରେ ଚଳାଚଳ କରିବ ଟ୍ରେନ । ପୂର୍ବ ନିର୍ଦ୍ଧାରିତ ସମୟ ମୁତାବିକ ଆଜି ପୁଣିଥରେ ରେଳ ଚଳାଚଳ ଆରମ୍ଭ ହେବ । ପାଖାପାଖି ୧୪ଟି ପାସେଞ୍ଜର ଟ୍ରେନ ଆଜିଠୁ ଗଡିବ ।

ଫୋନି ବାତ୍ୟା ଯେଉଁଭଳି ତାଣ୍ଡବ ରଚିଥିଲା ସେଥିରେ ଭୁବନେଶ୍ୱର ରେଲୱେ ଷ୍ଟେସନ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଭୁବନେଶ୍ୱର ରେଲୱେ ଷ୍ଟେସନର ଛାତ ଉଡିଯାଇଥିବା ବେଳେ ବାତ୍ୟାର ୨୪ ଘଣ୍ଟା ମଧ୍ୟରେ ପୁଣିଥରେ ରେଳ ଚଳାଚଳ ଆରମ୍ଭ କରିବାକୁ ଯାଉଛି ।