କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପୁନଃରୁଦ୍ଧାର ପାଇଁ ଆଗେଇ ଆସିଲା ହିନ୍ଦୁସ୍ଥାନ ଏରୋନେଟିଭ ଲିମିଟେଡ଼ ବା ହାଲ । ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନ୍ନାଥ ସାଗରର ପୁନଃ-ଉଦ୍ଧାର ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ କରିବ ହାଲ । ଏନେଇ ଜିଲ୍ଳା ପ୍ରଶାସନ ଓ ପୌର ପାଳିକା ମଧ୍ୟରେ ଚୁକ୍ତି କରିଛି ହାଲ୍ ।

Advertisment

ଖବର ପ୍ରସାରଣରେ ପରେ ଆଗେଇ ଆସିଲା ହିନ୍ଦୁସ୍ଥାନ ଏରୋନେଟିଭ ଲିମିଟେଡ଼( ହାଲ) ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନ୍ନାଥ ସାଗରର ପୁନଃ-ଉଦ୍ଧାର ପାଇଁ ହାଲ ଖର୍ଚ୍ଚ କରିବ ୭ କୋଟି ଟଙ୍କା । ଏ ନେଇ ଆଜି ଜିଲ୍ଳା ପ୍ରଶାସନ ଓ ପୌର ପାଳିକା ମଧ୍ୟରେ ହୋଇଛି ଏମଓୟୁ ।

ଜୟପୁର ଜଗନ୍ନାଥ ସାଗର ଉଦ୍ଧାର ପାଇଁ ଚାଲିଛି ମାନସ ମନ୍ଥନ । ଜୟପୁର ପୌରପାଳିକା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ହାଲ୍ର ୧୧ ଜଣିଆ ଟିମ୍ । ଜୟପୁରକୁ ଜଳ ଯୋଗାଉଥିବା ରାଜା ରାଜୁଡା ଅମଳର ଜଗନ୍ନାଥ ସାଗର ପୁନଃରୁଦ୍ଧାର ପାଇଁ ଆର୍ଥିକ ଅନୁଦାନ ଯୋଗାଇଦେବ ହାଲ୍ । ସୁନ୍ଦର ହେବ ଜଗନ୍ନାଥ ସାଗର । ଦିନକୁ ଦିନ ପୋତି ହୋଇଯାଉଥିବା ଐତିହାସିକ ଜଗନ୍ନାଥ ସାଗରର ସୌନ୍ଦର୍ଯ୍ୟକରଣ ହେବ । ଏହାସହ ସାଗର କୂଳରେ ତିଆରି କରାଯିବ ଏକ ପାର୍କ । ପୁନଃରୁଦ୍ଧାର ଓ ଉନ୍ନତିକରଣ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ କରିବ ହାଲ୍ । । ଆଗାମୀ ୩ ବର୍ଷ ମଧ୍ୟରେ କାମ କରିବାକୁ ନିଷ୍ପତି ହୋଇଛି ।

ଜୟପୁରର ଜଳାଭାବ ମେଣ୍ଟାଇବା ପାଇଁ ୧୭୮୧ ମସିହାରେ ୧୧୫ ଏକର ଜମିରେ ଜଗନ୍ନାଥ ସାଗର ତିଆରି କରିଥିଲେ ରାଜା ବିକ୍ରମ ଦେବ । ହେଲେ ଏବେ ସାଗରର ଅନେକ ଅଂଶ ଜବରଦଖଲକାରୀଙ୍କ କବଜାରେ ରହିଛି । ଯାହା ଯେତିକି ଅଛି ତାହା, ପଙ୍କ ଓ ଦଳରେ ପୋତି ହୋଇଯାଉଛି । ଫଳରେ ଜୟପୁରରେ ଭୂତଳ ଜଳସ୍ତର କମିଯାଉଥିବା ନେଇ ଗତ କିଛିଦିନ ତଳେ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ପଦକ୍ଷେପ ନେବାକୁ ଆଗେଇ ଆସିଛି ହାଲ ଓ ଜୟପୁର ପୌରପାଳିକା ।