ୟୁକ୍ରେନ ଉପରେ ଋଷର ମିସାଇଲ ମାଡ। ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ।

ୟୁକ୍ରେନ ଉପରେ ଋଷର ମିସାଇଲ ମାଡ। ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ।

କନକ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ କ୍ରେମଲିନ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ କିଛି ସମୟ ତଳେ ଆଲୋଚନା ହୋଇଥିଲା । ସେପଟେ ଋଷ ସେନା ୟୁକ୍ରେନ ଉପରେ ଭୀଷଣ ଆକ୍ରମଣ ଜାରି ରଖିବା ସହ ୬୦ ମିସାଇଲ ମାଡ କରିଛି ।ୟୁକ୍ରେନ ବାୟୁସେନା ପ୍ରବକ୍ତା

ୟୁରି ଇନହାଟ ୟୁକ୍ରେନ ଟିଭି ଚ୍ୟାନେଲକୁ କହିଛନ୍ତି ଯେ, ଏତେବେଳ ଯାଏ ସ୍ପଷ୍ଟ ହୋଇନାହିଁ ଯେ ୟୁକ୍ରେନ ସେନା ଏଥିରୁ କେତୋଟି ମିସାଇଲ ନଷ୍ଟ କରିଛି । ତେବେକିଛି ଅଧିକାରୀ କହିଛନ୍ତି, କିଛି ମିସାଇଲକୁ ସଫଳତାପୂର୍ଣ୍ଣ ନଷ୍ଟ କରିଦିଆଯାଇଛି ।

ୟୁକ୍ରେନର ଅଧିକାରୀ ସର୍ବନିମ୍ନ ୪ଟି ସହରରେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି । ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ମଧ୍ୟ ୟୁକ୍ରେନର ଏକ ଘର ଉପରେ ମିସାଇଲ ପଡିବା ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି କିଭ-ଖାରକିଭରେ ବିଜୁଳି, ପାଣି ସେବା ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe