କନକ ବ୍ୟୁରୋ : ମୃତ ତିମି ମାଛର ଦାମ ୪୪ କୋଟି ଟଙ୍କା । ସ୍ପେନର କାନାରି ଦ୍ୱୀପ ପାଲ୍ମାର ନାଗୋଲେସ ସମୂଦ୍ର କୂଳରୁ ଉଦ୍ଧାର ହୋଇଛି ଏକ ମୃତ ତିମି । ।ହାର ଦାମ ୪୪ କୋଟିରୁ ଅଧିକ ହେବ । ମାଛ ଭିତରେ ରହିଥିବା ଏକ ମୂଲ୍ୟବାନ ଜିନିଷକୁ ଦେଖି ଆର୍ଶ୍ଚ୍ୟ ହୋଇଯାଇଛନ୍ତି । ଲାସ୍ ପାଲ୍ମା ବିଶ୍ୱବିଦ୍ୟାଳୟର ପଶୁ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାତ୍ତପ୍ର୍ରତିଷ୍ଠାନର ମୁଖ୍ୟ ଆଷ୍ଟୋନିଓ ଫର୍ଣ୍ଣାଣ୍ଡେଜ୍ ରୋଡ୍ରିଗେଜ୍ ମୃତ ମାଛର ଶବ ବ୍ୟବଚ୍ଛେଦ ସମୟରେ ଏହା ଜାଣିବାକୁ ପାଇଥିଲେ । ହଜମ ପ୍ରକ୍ରିୟା କାରଣରୁ ମାଛର ମୃତ୍ୟୁ ହୋଇଛି । କିଛି କଠିନ ବସ୍ତୁ ମାଛ ଭିତରେ ଅଟକି ରହିଥିବା କାରଣରୁ ମାଛଟିର ମୃତ୍ୟୁ ହୋଇଥିବା କଥା ସେ କହିଛନ୍ତି । ତେବେ ମାଛ ପେଟରୁ ବାହାରିଥିବା ଜିନିଷର ଓଜନ ୯ କେଜି ୫୦୦ କିଲୋଗ୍ରାମ । ପଥର ଭଳି ଦିଶୁଥିବା ଏହାକୁ ଆମ୍ବରଗ୍ରୀସ୍ ବୋଲି କୁହାଯାଏ । ଯାହାର ମୂଲ୍ୟ ୫.୪ ମିଲିୟନ ଅଥବା ଭାରତୀୟ ମୁଦ୍ରା ହିସାବରେ ୪୪ କୋଟିରୁ ଅଧିକ ହେବ । ୨୦୨୧ ମସିହାରେ ଲାପାଲମାରେ ଆଗ୍ନେୟଗିରି ଫାଟିଥିଲା । ଏହାର ଶିକାର ହୋଇଥିବା ଲୋକଙ୍କୁ ଆମ୍ବରଗ୍ରୀସ ବ୍ୟବହାର କରିପାରିବେ ।

Advertisment

 ତିମିର ବାନ୍ତିକୁ ଆମ୍ବରଗ୍ରୀସ ବୋଲି କୁହ।।ଏ । ଏହା ୁରାତମ ଫ୍ରେଞ୍ଚ ଶବ୍ଦରୁ ଆସିଛି । ଏହି କଠିନ ପଦାର୍ଥକୁ ତିମିମାନେ ବାନ୍ତି କରିଥାନ୍ତି । ପ୍ରାୟ ସମୟରେ ସମୁଦ୍ରରେ ଏହା ଭାସୁଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥାନ୍ତି । ତିମି ସାଧାରଣତଃ ସ୍କ୍ୱିଡ୍ ଏବଂ କଟଫିସ ଖାଇ ବଞ୍ଚିଥାଏ । ତଥାପି ଏହାର ଅଧିକାଂଶ ଅଂଶ ହଜମ ହୋଇନଥାଏ ଫଳରେ ବାନ୍ତି ହୋଇାଏଯାଏ । କିଛି ଅଂଶ ହଜମ ହେଉଥିବାବେଳେ ଆଉ କିଛି ଅଂଶ ଆମ୍ବରଗ୍ରୀସ ଗଠନ ପାଇଁ ବର୍ଷ ବର୍ଷ ଧରି ଏକତ୍ର ହୋଇ ରହିଥାଏ ।

 ଆମ୍ବରଗ୍ରୀସକୁ ସମୁଦ୍ରର ସମ୍ପତ୍ତି ବା ଭାସମାନ ସୁନା ବୋଲି ମଧ୍ୟ କୁହାଯାଏ । ସୁଗନ୍ଧକୁ ଅଧିକ ସମୟ ବଜାୟ ରଖିବା ପାଇଁ ଅତର କମ୍ପାନୀମାନେ ଏହାକୁ ବ୍ୟବହାର କରିଥାନ୍ତି । ଆମ୍ବରଗ୍ରୀସରୁ ବାହାରୁଥିବା ଆଲକହଲକୁ ବାହାର କରି ବ୍ୟବହାର କରିଥାନ୍ତି । ଏହି ଜିନିଷର ବିରଳତା କାରଣରୁ ବ୍ରିଟେନ୍ ଅଷ୍ଟ୍ରେଲିଆ ଭଳି କିଛି ଦେଶରେ ଏହାକୁ ବାରଣ କର।।ଇଛି । ୱାଲ୍ଡ ଲାଇଫ ଅଧିନିୟମ ୧୯୭୨ ଅନୁଯାୟୀ ଭାରତ ମଧ୍ୟ ଆମ୍ବରଗ୍ରୀସ ବିକ୍ରୟ ଏବଂ ଅଧିକାର ଉପରେ ପ୍ରତିବନ୍ଧକ ଲଗାଇଛି ।