ଆଇପିଏଲକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ଭାରତରେ ଖେଳାଯିବନି ବାକି ଆଇପିଏଲ୍ ମ୍ୟାଚ୍ ।

501

କନକ ବ୍ୟୁରୋ: ଆଇପିଏଲ୍ ଚଳିତ ସିଜିନର ବାକି ମ୍ୟାଚ୍ ଖେଳାଯିବ କି ଯିବନି ତାକୁ ନେଇ ସସପେନ୍ସ ଜାରି ରହିଛି । ଅଧା ରହିଥିବା ଟୁର୍ଣ୍ଣାମେଣ୍ଟ ପୁଣି ଆଗାମୀ ଦିନରେ ଭାରତରେ ହେବା ନେଇ ଆଲୋଚନା ପ୍ରକାଶ ପାଉଥିବାବେଳେ ବିସିସିଆଇ ଏହାକୁ ବିଦେଶରେ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ଏହାରି ଭିତରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ତାଙ୍କ କହିବା ମୁତାବକ, ଆଇପିଏଲ ଚଳିତ ସିଜିନର ବାକି ମ୍ୟାଚ୍ କଦାପି ଭାରତରେ ଖେଳାଯିବ ନାହିଁ ।

ସେ କହିଛନ୍ତି , ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ ଭାରତରେ ହେବ ନାହିଁ । ତେବେ ଏହା କେବେ ଓ କେଉଁଠି ଆୟୋଜନ ହେବ ତାକୁ ନେଇ ଆଗୁଆ କହିବା ଅସମ୍ଭବ ।

ସୂଚନାଯୋଗ୍ୟ ଯେ, ବଢୁଥିବା ସଂକ୍ରମଣ ଓ ଖେଳାଳି ପଜିଟିଭ୍ ହେବା ପରେ ଆଇପିଏଲ ଚଳିତ ସିଜିନକୁ ଅଧାରୁ ରୋକି ଦିଆଯାଇଛି । ଏହା ଫଳରେ ବିସିସିଆଇକୁ ଏକ ଭାରି ପରିମାଣର କ୍ଷତି ମଧ୍ୟ ସହିବାକୁ ପଡିଛି । କୁହାଯାଉଛି, ଏହି ସିଜିନ ବାତିଲ ହହେଲେ ବିସିସିଆଇକୁ ପାଖାପାଖି ୨୫ ଶହ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ । ତେଣୁ ଏହାକୁ ବିଦେଶରେ ଆୟୋଜନ କରିବାକୁ ବିସିସିଆଇ ପ୍ଲାନ ପ୍ରସ୍ତୁତ କରିପାରେ । ତେବେ ଗୋଟିଏ କଥା ସ୍ପଷ୍ଟ ଯେ, ଆଇପିଏଲ ଚଳିତ ସିଜିନ ଆଉ ଭାରତରେ ଖେଳ ହେବ ନାହିଁ ।