କନକ ବ୍ୟୁରୋ: ମଣ୍ଡପରେ ଚାଲିଛି ନବମୀ ପୂଜା. କିନ୍ତୁ ଶକ୍ତି ପୀଠରେ ଆଜି ବିଶ୍ରାମର ଦିବସ. କାକଟପୁର ବାସିନୀମା ମଙ୍ଗଳାଙ୍କ ପୀଠରେ ଆଜି ବିଶ୍ରାମ ଦିବସ । ଆଜି ମା’ଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି. ପନ୍ଦର ଦିନ ଧରି ଉଗ୍ର ରୂପରେ ମହିଷାସୁର ରୁପି ରାକ୍ଷସକୁ ବଦ୍ଧ କରିବା ପରେ ଆଜି ମା’ ଶାନ୍ତ ପଡିଛନ୍ତି । ମାଙ୍କ ବିଶ୍ରାମରେ ଶାନ୍ତି ରୂପ ବା ଦେବୀ ସରସ୍ୱତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜିର ଦିନରେ ମା’ଙ୍କ ପାଖରେ ଦହି ପଖାଳ ଭୋଗ ଲାଗି ହୋଇଛି ।

Advertisment

ସତେ ଯେମିତି ମନ୍ଦିରରେ ଆଜି ପୁରା ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । କାରଣ ଆଜି ଦିନରେ ମନ୍ଦିରରେରେ ଘଣ୍ଟ ଘଣ୍ଟା ବାଜିବ ନାହିଁ. ତେଣୁ ମନ୍ଦିରରେ ଯାହା ସବୁ ଘଣ୍ଟ ଅଛି ତାହାକୁ ସବୁ ସେବାୟତ ମାନେ ବାନ୍ଧି ଦେଇଛନ୍ତି । ଆଉ ମନ୍ଦିର ସିଂହ ଦ୍ୱାରକୁ ସମ୍ପୂର୍ଣ୍ଣ ତାଲା ପକାଇ ଦିଆଯାଇଥିବାବେଳେ ଦକ୍ଷିଣ ଦ୍ୱାର ଦେଇ ଭକ୍ତ ମାନେ ମା’ଙ୍କ ଦର୍ଶନ କରୁଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତ ମାନେ ଆସି ଧାଡିରେ ଯାଇ ମା’ଙ୍କ ଦର୍ଶନ କରୁଛନ୍ତି ।