ମୃତ୍ୟୁ ମୁହଁରୁ ଜୀବନ ବଞ୍ଚାଇବା ପରେ ରୋଗୀ ଆଖିରେ ଡାକ୍ତର ଜଣେ ଜଣେ ଭରସାର ଭଗବାନ, ଆଲ୍ଲା, ଜିସୁ, ଜଗନ୍ନାଥ...

Advertisment
ମୃତ୍ୟୁ ମୁହଁରୁ ଜୀବନ ବଞ୍ଚାଇବା ପରେ ରୋଗୀ ଆଖିରେ ଡାକ୍ତର ଜଣେ ଜଣେ ଭରସାର ଭଗବାନ, ଆଲ୍ଲା, ଜିସୁ, ଜଗନ୍ନାଥ...

କନକ ବ୍ୟୁରୋ: ଯେବେ ଯେବେ ରୋଗୀକୁ ଡରାଏ ରୋଗ, ଭୟ ଦେଖାଏ ଭୂତାଣୁ, ମୃତ୍ୟୁର ଧମକ ଦିଏ ମହାମାରୀ... ସେବେ ସେବେ ଡରେନି ଜୀବନ... ବରଂ ଆତଙ୍କିତ ଆଖିରେ ଆଖିଏ ଆଶା ନେଇ ଯମକୁ ଜବାବ ଦିଏ... କହେ, ମୋ ପାଖେ ଅଛନ୍ତି ୨ୟ ଭଗବାନ । ତୁ ମତେ ଡରେଇ ପାରିବୁ କିନ୍ତୁ ଡାକ୍ତରଖାନାର ୨ୟ ଭଗବାନଙ୍କୁ ଡରେଇ ପାରିବୁନି, ହରେଇ ପାରିବୁନି... କାରଣ

ଡାକ୍ତର ଡରକୁ ଡରାଉଥିବା ନାଁ
ଡାକ୍ତର ଗୋଟେ ବିଶ୍ୱାସର ଡାକ
ମୃତ୍ୟୁ ମୁହଁରୁ ବଞ୍ଚିବାକୁ ମୁଖସ୍ତ ଏକ ଶ୍ଲୋକ...
ଡାକ୍ତର ଜଣେ ଜଣେ ଆଶା
ଜଣେ ଜଣେ ଭରସାର ଭଗବାନ
ଡାକ୍ତରଖାନାର ଚଳନ୍ତି ଦିଅଁ
ରୋଗୀ ଆଖିରେ ଆଲ୍ଲା, ଜିସୁ, ଜଗନ୍ନାଥ...

ସଙ୍କଟ ସମୟରେ, ସଂକ୍ରମଣ ବେଳେ ଏବେ ଡାକ୍ତର ହିଁ ସାଜିଛନ୍ତି ସଚ୍ଚା ସିପାହୀ । ଆମ ପ୍ରାଣ, ପରିବାର, ପୃଥିବିର ସୁରକ୍ଷା କବଚ । ନିଜ ଜୀବନକୁ ବାଜି ଲଗେଇ ବି ମୃତ୍ୟୁକୁ ଡରୁ ନାହାନ୍ତି । ଦେହରେ ପିପିଇ କିଟ୍, ହାତରେ ଗ୍ଲୋଭସ, ଆଉ ମୁହଁରେ ମାସ୍କର ମହାସ୍ତ୍ର ପିନ୍ଧି କେତେ ଯେ ଜୀବନକୁ ମୃତ୍ୟୁର ପାଟିରୁ ଫେରାଇ ଆଣୁଛନ୍ତି ତାହାର ଅନେକ ଉଦାହରଣ ଦେଖିଲାଣି ଦୁନିଆ ।

ଘରେ ବାପା ଅପେକ୍ଷାରେ ଥିବ ପୁଅ, ସ୍ୱାମୀ ଅପେକ୍ଷାରେ ଥିବ ସ୍ତ୍ରୀ, ରୋଗୀଣା ମାଆ ବି ଚାତକ ପରି ଚାହିଁ ରହିଥିବ ଡାକ୍ତରୀ ପିଲାର ଫେରିବାକୁ ବାଟକୁ । ହେଲେ ଫେରୁ ଫେରୁନଥିବ, ଜନ୍ମକଲା ମାଆର ଆଶିର୍ବାଦରେ ଅଦୃଶ୍ୟ ଶକ୍ତି ସହ ଲଢି ଅନେକ ମାଆର ଜୀବନ ବଞ୍ଚାଉଥିବ । କରୋନା କୋଳଶୂନ୍ୟ କରିବା ପୂର୍ବରୁ କବଚ ଭଳି ଛିଡା ହେଉଥିବ... ମାଆ ଏପଟେ ଡାକ୍ତରୀ ଛୁଆ ପାଇଁ ଗର୍ବ କରୁଥିବ... ଆଜି ଡାକ୍ତର ଦିବସ । ଆସନ୍ତୁ ଦେଉଳର ଦିଅଁକୁ ପୂଜିବା ଭଳି, ନିଜ ଜୀବନକୁ ବିପଦରେ ପକାଇ ଆମ ଜୀବନ ବଞ୍ଚାଉଥିବା ୨ୟ ଭଗବାନଙ୍କୁ ହୃଦୟରୁ ପୂଜିବା । କେବଳ ଗୋଟିଏ ଦିନ ନୁହେଁ ସବୁ ଦିନ ଗୁଣଗାନ କରିବା...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe