ସାଧାରଣତନ୍ତ୍ର ଦିବସ ଅବସରରେ ୧୧ଶହ ୩୨ ଜଣ ପାଇବେ ସେବା ପଦକ । ବୀରତ୍ୱ ଓ ସେବା ପାଇଁ ସମ୍ମାନୀତ ହେବେ ପୋଲିସ, ଫାୟାର ସର୍ଭିସ, ହୋମଗାର୍ଡ, ସିଭିଲ ଡିଫେନ୍ସ କର୍ମଚାରୀ, ଓଡ଼ିଶାରୁ ୧୫

160

କନକ ବ୍ୟୁରୋ : ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସାରା ଦେଶର ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ବେସାମରିକ ପ୍ରତିରକ୍ଷା ଓ ସଂଶୋଧନ ସେବାର ମୋଟ ୧୧୩୨ ଜଣ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ପଦକ ପ୍ରଦାନ କରାଯିବ । ୨ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ଓ ୨୭୫ ଜଣଙ୍କୁ ସାହସିକତା ପାଇଁ ପଦକ ପ୍ରଦାନ କରାଯିବ ।

୨୭୭ ସାହସିକତା ପୁରସ୍କାର ମଧ୍ୟରୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରୁ ରହିଛନ୍ତି ୧୧୯ ଜଣ । ଜମ୍ମୁ-କଶ୍ମୀରରୁ ୧୩୩ ଜଣ ଏବଂ ଅନ୍ୟାନ୍ୟ ଅଂଚଳର ୨୫ ଜଣ ଯବାନଙ୍କୁ ସେମାନଙ୍କ ସାହସିକତା ପାଇଁ ପୁରସ୍କୃତ କରାଯିବ । ଜମ୍ମୁ-କଶ୍ମୀର ପୁଲିସର ୭୨ ଜଣ, ମହାରାଷ୍ଟ୍ରର ୧୮ ଜଣ, ଛତିଶଗଡ଼ର ୨୬ ଜଣ ଯବାନ ଅଛନ୍ତି । ସେହିପରି ଝାଡ଼ଖଣ୍ଡର ୨୩ ଜଣ, ଦିଲ୍ଲୀର ୮ ଜଣ ଯବାନ, ସିଆରପିଏଫର ୬୫ ଜଣ ଯବାନ, ଏସଏସବିର ୨୧ ଜଣ ଏବଂ ଅନ୍ୟ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଅବଶିଷ୍ଟ ଯବାନଙ୍କୁ ସମ୍ମାନିତ ପ୍ରଦାନ କରାଯିବ । ସାହସିକତା ଓ ସେବା ପାଇଁ ଓଡ଼ିଶାରୁ ୧୫ ଜଣଙ୍କୁ ଏହି ପଦକରେ ସମ୍ମାନିତ କରାଯିବ ।