କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପହଞ୍ଚିଲା କର୍ଣ୍ଣାଟକ ନାଟକ । ବିଦ୍ରୋହୀ ଜେଡିଏସ-କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ରକୁ ବାଚସ୍ପତି ଅସାମ୍ବିଧାନିକ କହିବା ପରେ ତାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନ ଉପରେ ଆସନ୍ତାକାଲି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ । ସେପଟେ କର୍ଣ୍ଣାଟକରେ ରାଜନୈତିକ ହଟଚମଟ ମଧ୍ୟରେ ପୁଣି ଫେରିଛି ରିସୋର୍ଟ ପଲିଟିକ୍ସ ।

Advertisment

କର୍ଣ୍ଣାଟକରେ ରାଜନୈତିକ ହଟଚମଟ ହେଲେ, ଦେଖିବାକୁ ମିଳେ ରିସୋର୍ଟ ବା ହୋଟେଲ ପଲିଟିକ୍ସ । ଯେତେବେଳେ ରାଜନୈତିକ ଦଳ ନିଜ ନିଜର ବିଧାୟକମାନଙ୍କୁ ବିଭିନ୍ନ ହୋଟେଲରେ ଲୁଚାଇ ରଖନ୍ତି । ଏବେ କର୍ଣ୍ଣାଟକ ସରକାରଙ୍କ ଉପରେ ଯେଉଁ ସଂକଟ ଦେଖାଦେଇଛି, ପୁଣି ଫେରିଛି ସେହି ବହୁଚର୍ଚ୍ଚିତ ହୋଟେଲ ରାଜନୀତି ।

publive-image- ଗତ ରବିବାରଠାରୁ ମୁମ୍ବାଇର ସୋଫିଟେଲ ହୋଟେଲରେ ଥିଲେ ୧୩ ବାଗି ବିଧାୟକ
- ଏବେ ସେମାନଙ୍କୁ ମୁମ୍ବାଇ କନଭେନସନ୍ ସେଣ୍ଟର ହୋଟେଲକୁ ସ୍ଥାନାନ୍ତର କରାଯାଇଛି
- ସେପଟେ ବିଦାଦିର ହୋଟେଲ ଦି ଏଲିଙ୍ଗଟନ୍ କଂଗ୍ରେସ ବିଧାୟକମାନଙ୍କ ଫେବରିଟ୍
- କର୍ଣ୍ଣାଟକ ବିଧାନସଭାରେ ଫ୍ଲୋର ଟେଷ୍ଟ ସମ୍ଭାବନାରେ ବିଧାୟକମାନଙ୍କୁ ଏକାଠି କରିଛି କଂଗ୍ରେସ
- ଏଥିପାଇଁ ଏଲିଙ୍ଗଟନ୍ ହୋଟଲେରେ ରୁମ୍ ବୁକ୍ କରିବାକୁ ଚାହୁଁଥିଲେ କଂଗ୍ରେସ ବରିଷ୍ଠ ନେତା
- ହେଲେ ଗୋଟିଏ ଭାଗରେ ନିର୍ମାଣ କାମ ଚାଲୁଥିବାରୁ ଓ ଅନ୍ୟଭାଗରେ ଜୁନିଅର କ୍ରିକେଟ୍ ଟିମ୍ ରହୁଥିବାରୁ ଆବଶ୍ୟକ ରୁମ୍ ନଥିଲା
- କଂଗ୍ରେସ ୮୦ଟି ରୁମ୍ ବୁକ କରିବାକୁ ଚାହୁଁଥିବାବେଳେ ହୋଟେଲ ପାଖରେ ଥିଲା ୩୫ଟି ରୁମ୍
- ଶନିବାର ଥୋନଦୁରର ପେଡିଂଟନ୍ ରିସୋର୍ଟ ଆଣ୍ଡ ସ୍ପାରେ ରୁମ୍ ବୁକ କରିଥିଲା ଜେଡିଏସ
- ହେଲେ ରବିବାର ରୁମ୍ କ୍ୟାନସଲ ହୋଇଥିଲା ଏବଂ ସୋମବାର ସମସ୍ତ ବିଧାୟକ ଯାଇଛନ୍ତି ପ୍ରେଷ୍ଟିଜ୍ ଗଲ୍ଫସେୟାର କ୍ଲବ୍
- ବେଙ୍ଗାଳୁରୁ ଠାରୁ ୪୦ କିଲୋମିଟର ଦୂର ଦେଭନାହାଲିରେ ଅଛି ଏହି ପ୍ରେଷ୍ଟିଜ୍ ଗଲ୍ଫସେୟାର କ୍ଲବ୍
- ମେ’ ୨୦୧୮ରେ ମଧ୍ୟ ଜୋରଦାର ହୋଇଥିଲା ରିସୋର୍ଟ ଆଣ୍ଡ ହୋଟେଲ ପଲିଟିକ୍ସ
- ବିଧାନସଭା ନିର୍ବାଚନରେ ସବୁଠୁ ବଡଦଳ ବିଜେପି ଫ୍ଲୋର ଟେଷ୍ଟ ପୂର୍ବରୁ ବିଧାୟକଙ୍କୁ ହୋଟେଲରେ ରଖିଥିଲା
- କର୍ଣ୍ଣାଟକରୁ ବାହାରେ ହରିଆଣାର ଗୁରଗାଓଁର ଏକ ଫାଇଭ ଷ୍ଟାର ହୋଟେଲରେ ସମସ୍ତ ବିଧାୟକଙ୍କୁ ଲୁଚାଇ ରଖିଥିଲା ବିଜେପି
- ହର୍ସଟ୍ରେଡିଂ ଭୟରେ ପ୍ରାୟ ଗୋଟିଏ ସପ୍ତାହ ଧରି କଂଗ୍ରେସର ୭୯ ବିଧାୟକ ରହିଥିଲେ ବିଦାଦିର ଏକ ରିସୋର୍ଟରେ
- ଚଳିତବର୍ଷ ଜାନୁଆରୀରେ କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ଏହାର ବିଧାୟକମାନଙ୍କୁ ବିଦାଦିର ଏକ ରିସୋର୍ଟରେ ରଖାଯାଇଥିଲା
- ଗତବର୍ଷ ମଇସୁର ଜିଲ୍ଲା ପଂଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ଉଭୟ ବିଜେପି ଓ ଜେଡିଏସ ନିଜ ନିଜ ସଦସ୍ୟଙ୍କୁ କୋଡାଗୁରେ ହୋଟେଲରେ ରଖିଥିଲେ

- କୁହାଯାଉଛି କର୍ଣ୍ଣାଟକରେ ଏହି ରିସୋର୍ଟ ବା ହୋଟେଲ ପଲିଟିକ୍ସ ୮୦ ଦଶକରୁ ରହିଆସିଛି
- ୧୯୮୪ରେ ତତକାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନଟି ରାମାରାଓ ସମସ୍ତ ବିଧାୟକଙ୍କୁ ଆଣି ବେଙ୍ଗାଳୁରୁରେ ରଖିଥିଲେ
- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗଡେଙ୍କ ସହାୟତାରେ ନନ୍ଦି ହିଲ୍ସରେ ରହିଥିଲେ ସମସ୍ତ ବିଧାୟକ
- ୨୦୦୨ରେ ଆସ୍ଥା ଭୋଟ୍ ଆଗରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଲାଶରାଓ ଦେଶମୁଖ ବି ତାଙ୍କ ସମସ୍ତ ବିଧାୟକଙ୍କୁ ବେଙ୍ଗାଳୁରୁରେ ରଖିଥିଲେ
- ୨୦୦୬ରୁ ୨୦୧୩ କୁମାରସ୍ୱାମୀ ଓ ୟେଦିୟୁରପ୍ପାଙ୍କ ସରକାରରେ ସର୍ବାଧିକ ଦେଖିବାକୁ ମିଳିଛି ହୋଟେଲ ପଲିଟିକ୍ସ
- ୨୦୧୨ରେ ସଦାନନ୍ଦ ଗୌଡାଙ୍କ ସ୍ଥାନରେ ଜଗଦ୍ଦି ସେଟ୍ଟାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ନିଜ ଅନୁଗତମାନଙ୍କୁ ହୋଟଲରେ ଲୁଚାଇ ରଖିଥିଲେ ୟେଦିୟୁରପ୍ପା
- ୨୦୧୭ରେ ଗୁଜରାଟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକମାନଙ୍କୁ କର୍ଣ୍ଣାଟକ ସ୍ଥାନାନ୍ତର କରାଯାଇଥିଲା
- ୪୪ ବିଧାୟକଙ୍କୁ ବିଦାଦିର ଏକ ହୋଟେଲରେ ସପ୍ତାହେ କାଳ ଲୁଚାଇ ରଖିଥିଲେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର