ବିଧାନସଭାରେ ବିଜେଡି ଖେଳିଲା ଜାତି କାର୍ଡ, ଏବେ କେନ୍ଦ୍ରର ପାଳି ।

89

କନକ ବ୍ୟୁରୋ : ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣର ସୀମା ୫୦ ପ୍ରତିଶତ ଉପରେ ରଖିବା ଦାବି ଦୋହରାଇଛି ବିଜେଡି । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର । ବିରୋଧୀଙ୍କ ବିନା ଆଲୋଚନା ସତ୍ତେ୍ୱ ଏହି ସଂକଳ୍ପ ପ୍ରସ୍ତାବଟି ପାରିତ ହୋଇଛି । ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ । ପରେ କମିଶନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପଠାଇବେ । ଏହି ସଂକଳ୍ପକୁ ବିରୋଧୀ ବିଜେପି ଓ କଂଗ୍ରେସ ସମାଲୋଚଚନା କରିଛନ୍ତି ।

ପୁଣି ଥରେ ଜାତି କାର୍ଡ ଖେଳିଛି ବିଜେଡି ସରକାର । ଜାତିଭିତିକ ଜନଗଣନା ଓ ସଂରକ୍ଷଣର ସୀମା ୫୦ ପ୍ରତିଶତ ଉପରେ ରଖିବା ଦାବି ଦୋହରାଇଛି । ଏନେଇ ବିଧାନସଭାରେ ରାଜ୍ୟ ସରକାର ସଂକଳ୍ପ ଆଣିଛନ୍ତି । ବିରୋଧୀଙ୍କ ବିନା ଆଲୋଚନା ସତ୍ତ୍ୱେ ସଂକଳ୍ପ ପ୍ରସ୍ତାଵଟି ପାରିତ ହୋଇଛି । ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ । ଆଉ କମିଶନ ଏହି ପ୍ରସ୍ତାଵକୁ କେନ୍ଦ୍ର ସରକାରଙ୍କୁ ପଠେଇବେ । କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗି ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ବିଜେଡି ସରକାର ।

ଗତ ୨ ବର୍ଷ ହେଲା ପଛୁଆ ବର୍ଗଙ୍କ ପାଇଁ ସ୍ୱର ଉଠାଉଛନ୍ତି ରାଜ୍ୟ ସରକାର । ପ୍ରଥମେ କ୍ୟାବିନେଟରେ ପଛୁଆ ବର୍ଗଙ୍କ ପାଇଁ ନିଷ୍ପତ୍ତି, ପରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ।ଏ ନେଇ ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦଳ ଦାବି ରଖିଥିବା ବେଳେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ଏହି ପ୍ରସଙ୍ଗ ଉଠାଇ ଥିଲା । ଆଉ ଏବେ ସଂକଳ୍ପ ଆଣି ପୁଣି ଥରେ ଏହି ଦାବିକୁ ଦୋହରାଇବାକୁ ଚାହୁଁଛି ବିଜେଡି । ସଂକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ କଡା ସମାଲୋଚନା କରିଛନ୍ତି ବିରୋଧୀ । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରୁ ନଥିବାରୁ ସରକାରଙ୍କୁ ନିଶାନା କରିଛି ବିଜେପି । କଂଗ୍ରେସ ବି ଜାତିଭିତିକ ଜନଗଣନା ସପକ୍ଷରେ ଥିବା ବେଳେ ରାଜ୍ୟରେ ପଛୁଆ ବର୍ଗଙ୍କୁ ଦୀର୍ଘ ଦିନ ହେବ ଅବହେଳା କରାଯାଇଥିବା ଅଭିଯୋଗ କରିଛି । ରାଜ୍ୟରେ ପଛୁଆ ବର୍ଗଙ୍କର ଗୋଟେ ବଡ଼ ଭୋଟ ବ୍ୟାଙ୍କ ଥିବାରୁ ବିଜେଡି ଏହା ଉପରେ ଫୋକସ୍ କରୁଛି । ପଂଚାୟତ ଓ ପୌର ନିର୍ବାଚନରେ ଏହି ବର୍ଗର ଭୋଟ ନେବା ପାଇଁ ବିଜେଡିର ବଡ଼ ଚାଲ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଓଡ଼ିଶାରେ ଜାତି ରାଜନୀତିର ମୂଳଦୁଆ ପକେଇବା ପାଇଁ ବିଜେଡ଼ି ଚେଷ୍ଟା କରୁଛି ବୋଲି କରିଛନ୍ତି ବିରୋଧୀ ।

ସେପଟେ ଚଳିତ ମୌସୁମୀ ଅଧିବେଶନ ଶେଷ ହୋଇଥିବା ବେଳେ ବିଧାନସଭାରେ ପୌର ଓ ପଂଚାୟତ ସଂଶୋଧନ ବିଲ ପାରିତ ହୋଇଛି । ଏହି ଦୁଇଟି ବିଲ ପାରିତ ହେବା ପରେ ରାଜ୍ୟରେ ପୌର ଓ ପଂଚାୟତ ନିର୍ବାଚନ ନେଇ ବାଟ ଫିଟିଛି । ପଂଚାୟତ ବିଲ ପାସ ହେବା ଦ୍ଵାରା ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଅନୁସଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ ।