ଜୋରଦାର ହେଲାଣି ପଞ୍ଜଶୀର ଲଢେଇ : ଅମରୁଲ୍ଲା ସାଲେହଙ୍କ ଘର ଉପରକୁ ଆକ୍ରମଣ

ସୁରକ୍ଷିତ ସ୍ଥାନକୁ ପଳାଇଥିବା ସୂଚନା; ଅସ୍ତ୍ରବିରତି ଆହ୍ୱାନ କଲେ ବିଦ୍ରୋହୀ ଗୋଷ୍ଠୀ

389

କନକ ବ୍ୟୁରୋ : ଆଫଗାନିସ୍ତାନ ପଞ୍ଜଶୀର ପ୍ରଦେଶରେ ଜୋରଦାର ହେଲାଣି ଲଢ଼େଇ  । ତାଲିବାନ ବିରୋଧୀ ଯୁଦ୍ଧରେ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଝଟକା ଲାଗିଥିବା କୁହାଯାଉଛି  । ଅମରୁଲ୍ଲା ସାଲେହଙ୍କ ଘରକୁ ହେଲିକପ୍ଟର ଦ୍ୱାରା ଆକ୍ରମଣ କରାଯାଇଥିବା ସୂଚନା ମିଳିଛି  । ଏହା ବି କୁହାଯାଉଛି କି ଅମରୁଲ୍ଲା ସାଲେହ କୌଣସି ଏକ ସୁରକ୍ଷିତ ସ୍ଥାନକୁ ପଳାଇଯାଇଛନ୍ତି  । ସେହିପରି ଆକ୍ରମଣରେ ରେଜିଷ୍ଟାନ୍ସ ଫ୍ରଣ୍ଟର ପ୍ରବକ୍ତା ଫହିମ ଦସ୍ତିର ମଧ୍ୟ ମୃତ୍ୟୁ ହୋଇଛି  ।

ଆକ୍ରମଣରେ ଜେନେରାଲ ଅବଦୁଲ ବୁଦୁଦ ଜାରାର ବି ମୃତ୍ୟୁ ହୋଇଥିବା କୁହାଯାଉଛି  । ରେସିଡେଣ୍ଟ ଫୋର୍ସ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି  । ଏହା ପରେ ଅସ୍ତ୍ରବିରତି ଆହ୍ୱାନ ଦେଇଛି ବିଦ୍ରୋହୀ ସେନା  । ଯାହାକୁ ପ୍ରତ୍ୟାଖ୍ୟାନ କରିଛି ତାଲିବାନ  । ତାଲିବାନ ମୁଖପାତ୍ର ଦାବି କରିଛନ୍ତି, ପ୍ରମୁଖ ଜିଲ୍ଲାଗୁଡିକ ଦଖଲ କରିନେବା ସହ ପଂଜଶୀରର ରାଜଧାନୀ ବଜାରକ୍ ମଧ୍ୟକୁ ପ୍ରବେଶ କରିଛି । ତେବେ ଏହାକୁ ଅସ୍ୱୀକାର କରିଛି ରେଜିଷ୍ଟାନ୍ସ ଫ୍ରଣ୍ଟ ।