କଂଗ୍ରେସକୁ କଲବଲ କଲା ଜନାଦେଶ ୨୦୧୯ । ପରାଜୟ ପରେ ରାହୁଲ ଗାନ୍ଧିଙ୍କ ଡେସ୍କରେ ବଢୁଛି ନେତାଙ୍କ ଇସ୍ତଫା ପତ୍ର ।

କଂଗ୍ରେସକୁ କଲବଲ କଲା ଜନାଦେଶ ୨୦୧୯ । ପରାଜୟ ପରେ ରାହୁଲ ଗାନ୍ଧିଙ୍କ ଡେସ୍କରେ ବଢୁଛି ନେତାଙ୍କ ଇସ୍ତଫା ପତ୍ର ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନର ପରିଣାମ ଯଦି କେଉଁ ଦଳକୁ ସବୁଠୁ ଅଧିକ ମର୍ମାହତ କରିଛି, ସେହି ଦଳ ହେଉଛି କଂଗ୍ରେସ । ରାହୁଲ ଗାନ୍ଧୀ ଦଳର ମଙ୍ଗ ଧରିବା ପରେ ଯେଉଁ ଉର୍ଜା ନେଇ କଂଗ୍ରେସ ଅଭିଯାନ ଆରମ୍ଭ କରିଥିଲା ଏବଂ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଯେଉଁ ସଫଳତା ମିଳିଥିଲା, ତାକୁ ଭିତି କରି ଏହି ରାଷ୍ଟ୍ରୀୟ ଦଳ ୨୦୧୯ ନିର୍ବାଚନରେ ମୋଦିଙ୍କୁ ଚ୍ୟାଲେଂଜ୍ ଦେବାକୁ ଅଂଟା ଭିଡିଥିଲା । ହେଲେ ଜନାଦେଶରେ ଯେଉଁ ପରିଣାମ ଆସିଛି, ସେଥିରେ ଅଧିକ ପ୍ରଭାବିତ ହୋଇଛି କଂଗ୍ରେସ ।

ଆଉ ଦଳର ଏଭଳି ବଡ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ଅନେକ ନେତା ନିଜ ଇସ୍ତଫା ପତ୍ର ପଠାଇଛନ୍ତି । କଂଗ୍ରେସ ନେତା ରାଜ ବବର, କର୍ଣ୍ଣାଟକ କଂଗ୍ରେସ ଅଭିଯାନ ସମିତି ଅଧ୍ୟକ୍ଷ ଏଚକେ ପାଟିଲ, ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଆମେଠିରେ ମଧ୍ୟ କଂଗ୍ରେସର ବଡ ପରାଜୟ ପରେ ଆମେଠି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଯୋଗେନ୍ଦ୍ର ମିଶ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ରାହୁଲ ଗାନ୍ଧୀଙ୍କ ଭିତରେ ଦେଶର ପ୍ରଧାନମନ୍ତ୍ରୀ ଦେଖୁଥିବା କଂଗ୍ରେସ ନେତାଙ୍କୁ ୨୦୧୯ ନିର୍ବାଚନ ଏକ ବଡ ଝଟ୍କା ଦେଇଛି । ପରାଜୟକୁ କଂଗ୍ରେସ ଅଧ୍ୟକ୍ଷ ସ୍ୱୀକାର କରିବା ସହ ଜନତା ହିଁ ମାଲିକ୍ ବୋଲି କହିଛନ୍ତି ସତ, ହେଲେ ଏହି ପରାଜୟ ଯେ, ରାହୁଲଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ଏଥିରେ କୌଣସି ସନ୍ଦେହ ନାହିଁ ।

କଂଗ୍ରେସକୁ ସବୁଠାରୁ ବଡ ଝଟକା ଲାଗିଛି । ସ୍ଥିତି ଏମିତି ହୋଇଛି ଯେ, କଂଗ୍ରେସର ପାରମ୍ପରିକ ଆସନ କୁହାଯାଉଥିବା ଆମେଠି ଗଡ଼କୁ ବି ବଂଚାଇ ପାରିନାହାଁନ୍ତି ରାହୁଲ ଗାନ୍ଧୀ । ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଏବରେଲିରେ ବିଜୟୀ ହୋଇନଥିଲେ, ହୁଏତ ଦେଶର ସବୁଠୁ ବଡ଼ ରାଜ୍ୟରେ ଖାତା ବି ଖୋଲି ପାରିନଥାନ୍ତା କଂଗ୍ରେସ ଦଳ । ୨୦୧୯ ନିର୍ବାଚନର ଫଳାଫଳ କଂଗ୍ରେସ ରାଜନୀତିକୁ ଏପରି ମୋଡରେ ଛିଡ଼ା କରିଛି, ଦଳକୁ ପୁଣିଥରେ ଅଂଟା ସଳଖିବାକୁ ଅନେକ ପରିଶ୍ରମ କରିବାକୁ ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe