କନକ ବ୍ୟୁରୋ: କେନ୍ଦ୍ରାପଡ଼ା ବ୍ରାହ୍ମଣୀ ନଦୀରେ କୁମ୍ଭୀର ଟାଣିନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର। ଆଜି ସକାଳୁ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନଦୀକୁ ବାସନ ମାଜିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିଲା। ନଦୀ କୂଳରେ ତାଙ୍କ ଚପଲ ଓ କିଛି ବାସନ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା। ହେଲେ ଆଜି ସକାଳୁ ନଦୀ ପଠାରେ ତାଙ୍କର ଦେହାବଶେଷ ଦେଖିବାକୁ ମିଳିଛି । ବାରମ୍ବାର ବ୍ରାହ୍ମଣୀ ନଦୀରେ ଏପରି ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
କୁମ୍ଭୀର ଟାଣିନେଇଥିବା ମହିଳାଙ୍କର ମିଳିଲା ମୃତଦେହ ; ଗତକାଲି ନଈକୁ ବାସନ ମାଜିବାକୁ ଯାଇଥିବା ବେଳେ ଟାଣିନେଇଥିଲା କୁମ୍ଭୀର ।
/kanak/media/post_attachments/wp-content/uploads/2024/08/6-13.jpg)