କନକ ବ୍ୟୁରୋ: ପ୍ରଦୂଷଣ ବଳୟରେ ଖଣି ଅଞ୍ଚଳର ବାସିନ୍ଦା । ଯୁଆଡେ ଦେଖିବ ଖାଲି ଧୂଳି ଆଉ ଧୂଳି । ପ୍ରଦୁଷଣ ମାତ୍ରା ଏତେ ବଢିଯାଇଛି ଯେ ସାଧାରଣ ଜୀବନ ଯାତ୍ରା ବ୍ୟାଘାତ ହେଉଛି । ପ୍ରଦୂଷଣ ଯୋଗୁଁ ଲୋକେ ଅଣନିଶ୍ୱାସୀ ହୋଇଗଲେଣି । ରାସ୍ତାରେ ଥିବା ଗଛପତ୍ର ଏବଂ ଘରଦ୍ୱାର କିଭଳି ନାଲି ରଙ୍ଗରେ ରଙ୍ଗିନ୍ ହୋଇଛି । କେନ୍ଦୁଝର ଯୋଡ଼ା ଠାରୁ ପଳାସପଙ୍କା ରାସ୍ତାର ଚିତ୍ର ବୟାନ କରୁଛି କେତେ ସମସ୍ୟାରେ ରହୁଛନ୍ତି ଏହି ଅଞ୍ଚଳର ଲୋକେ । ଧୂଳିରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ । ହେଲେ ସବୁଜାଣି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଏହି ରାସ୍ତା ଦିନ ତମାମ୍ ଧୂଳି ଧୂଆଁରେ ଭର୍ତ୍ତି ହୋଇ ରହୁଛି । ପରିସ୍ଥିତି ଏପରି ହେଉଛି ଦିନରେ ଲୋକଙ୍କ ମୁହଁକୁ ମୁହଁ ଦେଖାଯାଉନି ।
ଖଣି ଓ ପରିବହନ ଗାଡ଼ିକୁ ନେଇ ସୃଷ୍ଟି ହେଉଥିବା ପ୍ରଦୂଷଣ ଲୋକଙ୍କ ଜୀବନକୁ ଦୁର୍ବିସହ କଲାଣି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ପ୍ରଦୂଷଣ କମିଟିର ଏଭଳି ମନୋଭାବକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଏକ ଜନଆନ୍ଦୋଳନ ଦାନା ବାନ୍ଧିଲାଣି । ଖଣି ଖାଦନରୁ ରାଜ୍ୟ ରାଜକୋଷକୁ ଭରପୁର ରାଜସ୍ୱ ମିଳୁଛି । ହେଲେ ପ୍ରଦୂଷଣ ଲୋକଙ୍କୁ କଲବଲ କରୁଛି ।
Follow Us