କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ଆଜି ଦେଶବ୍ୟାପୀ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଇଣ୍ଡିଆ ପକ୍ଷରୁ ବନ୍ଦ ଡାକରା

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ଆଜି ଦେଶବ୍ୟାପୀ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଇଣ୍ଡିଆ ପକ୍ଷରୁ ବନ୍ଦ ଡାକରା

କନକ ବ୍ୟୁରୋ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ। ଆଜି ଦେଶବ୍ୟାପୀ ଡାକ୍ତର ମାନଙ୍କ ଧର୍ମଘଟ ଡାକରା। ପ୍ରଭାବିତ ହେବ ବିକଳ୍ପ ସେବା, ସମସ୍ତ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ସ୍ଥଗିତ ରଖିବାକୁ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଘଟଣାରେ ଅପରାଧୀକୁ କଡ଼ାରୁ କଡ଼ା ଦଣ୍ଡ ଦେବା ସହ ପୀଡିତଙ୍କ ପରିବାରକୁ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ସଂଘ ଦାବି କରିଛି।

ଜଣେ ମହିଳା ଡାକ୍ତରଙ୍କ ସହ ଏଭଳି ଘଟଣା ଘୃଣ୍ୟ ଓ ନିନ୍ଦନୀୟ, ଏହା ଉପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ସଂଘ। କେବଳ ଏହା କୋଲକାତାର ଘଟଣା ନୁହେଁ, ଆଜି ସାରା ଦେଶର ଡାକ୍ତରମାନେ ଏହା ବିରୋଧରେ ଏକଜୁଟ ହୋଇଛନ୍ତି। ଆଜିର ଧର୍ମଘଟ ସମୟରେ ଡାକ୍ତର ମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ନକରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିଶ୍ଚିତ କରିବା ଉଚିତ ବୋଲି ଫୋର୍ଡା ପକ୍ଷରୁ କୁହାଯାଇଛି। ପଶ୍ଚିମବଙ୍ଗର କୋଲକାତା ସହରରେ ଶନିବାର ବିଳମ୍ବିତ ରାତିରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ବଳାତ୍କାର ପରେ ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାକୁ ନେଇ ସାରା ଦେଶର ଡାକ୍ତର ମାନେ ଏକାଠି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe