ସାଙ୍ଗଠନିକ ସ୍ତରରେ ଅଦଳ ବଦଳ କଲା ବିଜେଡି । କିଏ ହଟିଲେ, କିଏ ଫେରିଲେ, କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ ।

Advertisment
କଥା ରଖିଲେ ନବୀନ । କାର୍ଯ୍ୟକାରୀ ହେଲା ବିଜେପୁର ପ୍ୟାକେଜ୍ । ବରଗଡରେ ଗଠିତ ହେଲା ୩ଟି ନୂଆ ଆରଆଇ ସର୍କଲ ।

କନକ ବ୍ୟୁରୋ : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳୀୟ ପଦାଧିକାରୀ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ଏଥିରେ ଗଞ୍ଜାମର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଏହି କ୍ରମରେ ଦଳର ଉପସଭାପତି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନଚାର୍ଜ ଭାବେ ନିଯୁକ୍ତି ମିଳିଛି । ସେହିପରି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ଏହା ସହ ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦରୁ ଅବ୍ୟାହତି ଦିଆଯାଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା କୁଶ ଆପଟ୍ଟ ଏବଂ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ରଞ୍ଜନ କୁମାର ଖଣ୍ଡୁଆଳ ଏବଂ ରମା ଖଣ୍ଡୁଆଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ସମ୍ବଲପୁର ଜିଲ୍ଲା ସଭାପତି ପ୍ରମୋଦ କୁମାର ରଥ ଏବଂ କେନ୍ଦୁଝର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କୁ ତାଙ୍କ ପଦବୀରୁ ଅବ୍ୟାହତି ଦିଆଯାଇଛି । ପ୍ରମୋଦ ରଥଙ୍କ ସାଂଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ତାଙ୍କୁ ପଦରୁ ବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ବିକ୍ରମ ପଣ୍ଡାଙ୍କୁ ଦଳର ସାଧାରଣ ସମ୍ପାଦକ ଏବଂ ସସ୍ମିତ ପାତ୍ରଙ୍କୁ ସମ୍ପାଦକ (ସଂଖ୍ୟାଲଘୁ ବ୍ୟାପାର) ଭାବେ ନିଯୁକ୍ତି ମିଳିଛି । ଅଶୋକ ବଳ, ସଂଗ୍ରାମ କେଶରୀ ପାଇକରାୟ, ପ୍ରମୋଦ ସାହୁ, ଆଶିଷ ଚକ୍ରବର୍ତ୍ତୀ, ରବି ସାମଲ, ତପନ ଦାସ ଓ ଟି.ପ୍ରସାଦ ରାଓ ଦୋରାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଏନେଇ ଦଳର ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe