ଝିଅ ନଥିଲେ, ବାପାଙ୍କ ପାଇଁ ସେ ଥିଲେ ପୁଅ: ବାପାଙ୍କ ଶେଷ ଇଛା ପୂରଣ କରି ପୁଅ ଭଳି ମୁଖାଗ୍ନି ଦେଲେ ନବରଙ୍ଗପୁରର ରେଶମା

87

କନକ ବ୍ୟୁରୋ: ମଲା ପରେ ପୁଅ ହିଁ କେବଳ ମୁଖାଗ୍ନି ଦେଇପାରିବେ ତାହା ଅନେକ ଲୋକଙ୍କର ବିଶ୍ୱାସ ରହିଛି । କିନ୍ତୁ ପୁଅ ନୁହେଁ ଝିଅ ବି ଦେଇପାରିବେ ମୁଖାଗ୍ନି । ଆଉ ଯାହାକୁ ପ୍ରମାଣିତ କରିଛନ୍ତି ନବରଙ୍ଗରର ଝିଅ ରେଶମା । ଏଭଳି କିଛି କରି ସେ ତାଙ୍କ ବାପାଙ୍କ ଅନ୍ତିମ ଇଛା ପୂରଣ କରିଛନ୍ତି ।

ଝିଅ ନୁହଁ ତୁ ମୋ ପୁଅ । ମୋ ମୃତ୍ୟୁ ପରେ ତୁ ମୋତେ ମୁଖାଗ୍ନି ଦେବୁ । ବାପାଙ୍କର ଏଭଳି କିଛି ଇଛା ଥିଲା । ଯାହା ଆଜି ପୁରଣ କରିଛନ୍ତି ଝିଅ ରେଶମା । ନବରଙ୍ଗପୁର ସହରରେ ରହୁଥିବା କଟେଶ୍ୱର୍ ଜଣେ ବିଶିଷ୍ଟ ବ୍ୟବସାୟୀ । ଏହା ସହ ସେ ଜଣେ ସମାଜ ସଂସ୍କାରକ । ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସମାଜରୁ କୁସଂସ୍କାର ଦୂରେଇବା ପାଇଁ ସେ ନିଜ ଜୀବନରେ ଆନେକ କାର୍ଯ୍ୟ କରିଛନ୍ତି । ପୁଅ ନଥିବାରୁ ତାଙ୍କ ମୃତ୍ୟୁ ପରେ ବଡ଼ ଝିଅକୁ ମୁଖାଗ୍ନି ଦେବା ପାଇଁ କହିଥିଲେ । ତେଣୁ ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ବଡ଼ ଝିଅ ମୁଖାଗ୍ନି ଦେଇଛନ୍ତି ।

ହିନ୍ଦୁ ରିତୀନୀତି ଅନୁଯାୟୀ ବାପା ମା’ଙ୍କ ଶବକୁ ପୁଅ ହିଁ ମୁଖାଗ୍ନି ଦେଇଥାନ୍ତି । ତେବେ ନବରଙ୍ଗପୁରର କଟେଶ୍ୱର ରାଓଙ୍କ ମୃତ୍ୟୁ ପରେ ବଡ଼ ଝିଅ ରେଶମା ରାଓ ବାପାଙ୍କୁ ମୁଖାଗ୍ନୀ ଦେଇଛନ୍ତି । ବାପା କଟେଶ୍ୱର ରାଓ ଜଣେ ସମାଜସେବୀ ଭାବେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଦୃଷ୍ଟିରେ ଦେଖୁଥିବା ବେଳେ ଝିଅର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି । ରୁଢିବାଦୀ ଚିନ୍ତାଧାରକୁ ଶକ୍ତ ଚାପୁଡା ସହ ସମାଜକୁ ନୂଆ ବାର୍ତା ଦେଇଛନ୍ତି ନବରଙ୍ଗପୁରର ସାହାସୀ ଝିଅ ରେଶମା ରାଓ ।