କେନ୍ଦ୍ର ସରକାରଙ୍କୁ ୯୯.୧୨୨ କୋଟି ଟଙ୍କାର ସହାୟତା ଦେବ ରିଜର୍ଭ ବ୍ୟାଙ୍କ୍ । ରିଜର୍ଭବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ବୈଠକରେ ମଞ୍ଜୁରୀ ।

291

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୯୯.୧୨୨ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି । ଏନେଇ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ବୈଠକ ପରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସହାୟତା ରାଶି ୨୦୨୦ ଜୁଲାଇ ମାସରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୋଲି କୁହାଯାଇଛି । ଏହାସହ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ନିଷ୍ପତ୍ତି ନେଇଛି କି ଜରୁରୀକାଳୀନ ପାଣ୍ଠିର ପରିମାଣ ୫.୫ ପ୍ରତିଶତ ରଖାଯିବ । ଜାଲାନ ସମିତିର ସୁପାରିଶ ମୁତାବକ ରିଜର୍ଭ ବ୍ୟାଙ୍କ ତାହାର ସରପ୍ଲାସ ଖାତାରୁ ୫.୫ ରୁ ୬୦୫ ପ୍ରତିଶତ ଅର୍ଥ ଜରୁରୀକାଳୀନ ନିଧି ରୂପରେ ରଖାଯିବା ଦରକାର ।

ରିଜର୍ଭବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର ୫୮୯ ତମ ବୈଠକ ମେ ୨୧ ଶୁକ୍ରବାର ଦିନ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାସହ ବୋର୍ଡ ତରଫରୁ କେନ୍ଦ୍ର ସରକାରଙ୍କୁ ୯୯.୧୨୨ କୋଟି ଟଙ୍କା ଟ୍ରାନ୍ସଫର କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ସୂଚନା ଥାଉ କି,ଏହାପୂର୍ବରୁ ୨୦୧୯ ମସିହାରେ ରିଜର୍ଭବ୍ୟାଙ୍କ ତରଫରୁ ମୋଦି ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା । ଏହି ସମୟରେ ରିଜର୍ଭବ୍ୟାଙ୍କର ଏଭଳି ନିଷ୍ପତ୍ତିକୁ ଚାରିଆଡୁ ସମାଲୋଚନା କରାଯାଇଥିଲା ।

କହିରଖୁ କି ରିଜର୍ଭ ବ୍ୟାଙ୍କର ତା’ର ସରପ୍ଲାସ ଅର୍ଥରୁ କିଛି ଅଂଶ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥାଏ । ୧୯୩୪ ମସିହାରେ ରିଜର୍ଭବ୍ୟାଙ୍କ ସ୍ଥାପିତ ହେବା ପରେ ରିଜର୍ଭବ୍ୟାଙ୍କ ସଂଚାଳନ ଆକ୍ଟ ୧୯୩୪ ଦ୍ୱାରା ଏହା କରାଯାଇଥାଏ । ଏହି ଆକ୍ଟର ଚାପ୍ଟର ୪ ସେକ୍ସନ ୪୭ ରେ କୁହାଯାଇଛି କି ରିଜର୍ଭବ୍ୟାଙ୍କର ଲାଭରୁ ଯେଉଁ ସରପ୍ଲାସ ଫଣ୍ଡ ବଞ୍ଚିବ ତାହା କେନ୍ଦ୍ର ସରକାରଙ୍କୁ ଦିଆଯିବ ।