ଶସ୍ତା ହେବ ଗୃହ ଓ କାର ଋଣର ଇଏମଆଇ ! ତ୍ରୟମାସିକ ମୂଦ୍ରାନୀତି ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ, ଲଗାତାର ଦ୍ୱିତୀୟ ଥର ପାଇଁ କମିଲା ସୁଧହାର ।

217

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ସୁଧହାର ୦.୨୫ ପ୍ରତିଶତ ହ୍ରାସ କରିଥିବା ଘୋଷଣା କରିଛି । ଏହି କ୍ରମରେ ସୁଧହାର ବା ରେପୋରେଟ ୨୫ ବିପିଏସ ପଏଂଟ ହ୍ରାସ କରାଯାଇଛି । ଫଳରେ ରେପୋ ରେଟ ଏବେ ୬.୨୫ ପ୍ରତିଶତରୁ ହ୍ରାସ ପାଇ ୬ ପ୍ରତିଶତରେ ପହଂଚିଛି । ସେହିପରି ରିଭର୍ସ ରେପୋ ରେଟ ହ୍ରାସ ପାଇ ୫.୭୫ ପ୍ରତିଶତରେ ପହଂଚିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଛନ୍ତି ।

ରେପୋ ରେଟ ହ୍ରାସ ପାଇଥିବା ଯୋଗୁଁ ଏବେ ଗ୍ରାହକଙ୍କ ଇଏମଆଇ ବା ମାସିକ ସମାନ କିସ୍ତିରେ ହ୍ରାସ ଘଟିବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ଗୃହ ଋଣ, କାର ଋଣ, ବ୍ୟକ୍ତିଗତ ଋଣ ଓ ଶିକ୍ଷାଗତ ଋଣର ଇଏମଆଇ କମିବ । ବର୍ତମାନର ଅର୍ଥ ବ୍ୟବସ୍ଥାକୁ ଦେଖି ରେପୋ ରେଟ ହ୍ରାସର ଆବଶ୍ୟକତା ଥିଲା ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଥିଲେ । ଏହାପୂର୍ବରୁ ଫେବ୍ରୁୟାରୀରେ ଆରବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ରେପୋ ରେଟରେ ହ୍ରାସ କରାଯାଇଥିଲା । ଅର୍ଥାତ ଏହାକୁ ମିଶାଇ ଚଳିତ ବର୍ଷ ଦ୍ୱିତୀୟ ଥର ରେପୋ ରେଟ ହ୍ରାସ କରାଯାଇଛି ।