୭୫ ପ୍ରତିଶତକୁ ବୃଦ୍ଧି ପାଇବ ବିହାରରେ ସଂରକ୍ଷଣ: ଅର୍ଥନୈତିକ ପଛୁଆ ବର୍ଗଙ୍କୁ ଛାଡି ଜାତିଭିତିକ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନୀତିଶ କୁମାରଙ୍କ ପ୍ରସ୍ତାବ

129

କନକ ବ୍ୟୁରୋ: ବିହାରରେ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଏସସି, ଏସଟି, ଓବିସି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତରୁ ୬୫ ପ୍ରତିଶତ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେଥିରୁ ଅର୍ଥନୈତିକ ପଛୁଆ ବର୍ଗ(ଇବିସି)ଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ସେଥିରୁ ବାଦ ଦିଆଯାଇଛି । ଇବିସିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏହାକୁ ମିଶାଯାଏ ତେବେ ସଂରକ୍ଷଣ ୭୫ ପ୍ରତିଶତକୁ ବୃଦ୍ଧି ପାଇବ । ଏସିଙ୍କ ପାଇଁ ୨୦ ପ୍ରତିଶତ, ଏସଟିଙ୍କ ପାଇଁ ୨ ପ୍ରତିଶତ, ଓବିସିଙ୍କ ପାଇଁ ୪୩ ପ୍ରତିଶତ ସଂରକ୍ଷଣ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ନୀତିଶ କୁମାର । ଏହା ଉପରେ ଅଧିକ ପରାମର୍ଶ ଏବଂ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ନିତିଶ କୁମାର । ସେପଟେ ବିହାରର ଦ୍ୱିତିୟ ପଯ୍ୟାୟ ଜାତିଜନଗଣନା ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରୁ ଜଣାପଡିଛି ଯେ, ବିହାରରେ ୩୪ ପ୍ରତିଶତ ଲେକଙ୍କ ମାସିକ ଆୟ ୬ ହଜାରରୁ କମ୍ ରହିଛି । ୪୨ ପ୍ରତିଶତ ଏସସି, ଏସଟିଙ୍କ ପରିବାର ଗରିବି ଭିତରେ ଜୀବନ ବିତାଉଛନ୍ତି । ମାତ୍ର ୫ ଦଶମିକ ୭୬ ପ୍ରତିଶତ ଏସସି ଏବଂ ଏସଟି ଏକାଦଶ ଏବଂ ଦ୍ୱାଦଶ ପାସ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ନୀତିଶ କୁମାରଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିଛି ବିଜେପି ।