କନକ ବ୍ୟୁରୋ : ମୁସଲିମ ସମ୍ପ୍ରଦାୟର ଗରିବ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ପାଇଁ କିଛି ଦାବି କରୁଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଭାରତରେ ମୁସଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥ୍ୟା ଏକ ଅନୁଚିତ ପଦକ୍ଷେପ ଏବଂ ଏହା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ଶାହା । ମହାରାଷ୍ଟ୍ରର ଏକ ରାଲିରେ ଉଦବୋଧନ ଦେଇ ଶାହା କହିଛନ୍ତି, ମୁସଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନ ରହିବା ବିଜେପି ଚାହୁଁଛି ।

Advertisment

ଏହି ପ୍ରସଙ୍ଗରେ ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକରେ ତାଙ୍କ ଆଭିମୂଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଗୃହମନ୍ତ୍ରୀ । ବୀର ସାବରକରରଙ୍କୁ ଲଗାତାର ଅପମାନିକ କଲା ଭଳି କଂଗ୍ରେସ ବୟାନ ଦେଉଥିବା ବେଳେ ଉଦ୍ଧବ ଠାକରେ ଏହାକୁ ସମର୍ଥନ କରୁଛନ୍ତି କି ନାହିଁ ଶାହା ପ୍ରଶ୍ନ କରିଛନ୍ତି । ମହାନ ଦେଶଭକ୍ତ ସାବରକରଙ୍କୁ ଇତିହାସ ପୃଷ୍ଠାରୁ ଲୋପ କରିବଦେବାକୁ କଂଗ୍ରେସ ଚାହୁୁଁଛି ବୋଲି ଶାହା କହିଛନ୍ତି । ଏଥିସହ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କହି ଶାହା କହିଛନ୍ତ, ବିଦେଶରେ ରାହୁଲ ବାବା କେବଳ ଭାରତ ବିରୋଧରେ କହିଚାଲିଛନ୍ତି । କିନ୍ତୁ ଏହାକୁ ଶୁଣିବାକୁ କେହି ଲୋକେ ନାହାଁନ୍ତି ।