କନକ ବ୍ୟୁରୋ : ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୦୭ ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ଏହି ଘୋଷଣା ପରେ ପୌରାଞ୍ଚଳରେ ଚଳଚଞ୍ଚଳ ହୋଇଛି ରାଜନୀତି ।
ଚୂଡାନ୍ତ ସଂରକ୍ଷଣ ତାଲିକା ଘୋଷଣା ପରେ ୯ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୮ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଏସସିଙ୍କ ପାଇଁ ସଂରକ୍ଷିତ ରହିଛି । ସେହିଭଳି ୫ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଏସଟି ମହିଳାଙ୍କ ପାଇଁ, ୩ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଏସସିଙ୍କ ପାଇଁ ସଂରକ୍ଷିତ ରହିଛି । ଏହାବାଦ୍ ୪୦ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୪୨ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି ।
ଥରେ ନଜର ପକାଇ ନିଅନ୍ତୁ ଆପଣଙ୍କ ଅଞ୍ଚଳରେ କାହା ପାଇଁ ସଂରକ୍ଷିତ ରହିଛି ପୌରସଂସ୍ଥା ଅଧ୍ୟକ୍ଷ ପଦ ।
ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଆସିଲା ଚୂଡାନ୍ତ ତାଲିକା । ଦେଖନ୍ତୁ ଆପଣଙ୍କ ଅଞ୍ଚଳରେ ଅଧ୍ୟକ୍ଷ ପଦ କାହା ପାଇଁ ରହିଛି ସଂରକ୍ଷିତ? #KanakNews#MaskUpOdisha#ElectionWithKanakNewspic.twitter.com/mgtx6S3IJe
— Kanak News (@kanak_news) January 31, 2022