ପୁଣି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା । ଉତ୍ତରପ୍ରଦେଶ ଓ ପଞ୍ଜାବକୁ ଦିଆଯାଇପାରେ ଗୁରୁତ୍ୱ, ଓଡ଼ିଶାରୁ ନୂଆ ମୁହଁକୁ ମିଳିପାରେ ସୁଯୋଗ ।

216

କନକ ବ୍ୟୁରୋ : ନରେନ୍ଦ୍ର ମୋଦୀ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆ ମନ୍ତ୍ରୀମଣ୍ଡଳରେ ମୋଟ ୨୮ ଜଣଙ୍କୁ ସାମିଲ କରାଯାଇପାରେ ।   ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦି ପ୍ରଥମ ଥର ଲାଗି ତାଙ୍କ କ୍ୟାବିନେଟର ବିସ୍ତାର କରିପାରନ୍ତି ।  ଆସନ୍ତାବର୍ଷ ଉତରପ୍ରଦେଶ , ପଞ୍ଜାବ ସମେତ କିଛି  ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି  ମନ୍ତ୍ରୀମଣ୍ଡଳର ଅଦଳବଦଳ ହେବା ନେଇ  ଚର୍ଚ୍ଚା ହେଉଛି ।

ନୂଆ ମନ୍ତ୍ରୀମଣ୍ଡଳରେ ଉତରପ୍ରଦେଶକୁ ଗୁରୁତ୍ୱ ଦିଆଯାଇପାରେ । ମନ୍ତ୍ରୀମଣ୍ଡଳରେ କିଛି ନୂଆ ମୁହଁ ସାମିଲ ହେବାକୁ ଥିବାବେଳେ କିଛି ଜଣଙ୍କୁ ବାଦ ଦିଆଯାଇପାରେ ।  ମଧ୍ୟପ୍ରଦେଶରୁ  ଜ୍ୟୋତିରାଦିତ୍ୟ ସିନ୍ଧିଆ  ଓ ଆସାମରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ବିହାରରୁ  ପଶୁପତି ନାଥ ପାରସଙ୍କୁ ମନ୍ତ୍ରୀଙ୍କୁ ସାମିଲ କରାଯାଇପାରେ ।  ସେହିଭଳି ମହାରାଷ୍ଟ୍ରରୁ ନାରାୟଣ ରାଣେ, ବିହାରରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ  ମୋଦି ବି ସାମିଲ ହୋଇପାରନ୍ତି । ସେହିଭଳି ଓଡ଼ିଶା କୋଟାରୁ ମଧ୍ୟ ନୂଆ ମୁହଁକୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀପଦ ରେସରେ ଅନେକ ନାଁ ସାମ୍ନାକୁ ଆସୁଥିବା ବେଳେ ମୋଦୀ କାହା ଉପରେ ଭରସା କରିବେ ତାହା ମନ୍ତ୍ରୀମଣ୍ଡଳ ବିସ୍ତାର ହେବା ପରେ ସ୍ପଷ୍ଟ ହେବ ।