କେନ୍ଦ୍ର ସରକାର କରିପାରନ୍ତି ମନ୍ତ୍ରୀ ମଣ୍ଡଳ ବିସ୍ତାର । ଜେ.ପି ନଡ୍ଡା,ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ବୈଠକ

175

କନକ ବ୍ୟୁରୋ : କେନ୍ଦ୍ର ସରକାର କ୍ୟାବିନେଟ୍ କରିବାର ବିସ୍ତାର ସେତେବେଳେ ସୃଷ୍ଟି ହୋଇଛି ଯେତେବେଳେ ବିଗତ ୪୮ ଘଂଟା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡା ଓ ପ୍ରଧାନମନ୍ତ୍ରୀ ଦୁଇ ଦୁଇଥର ଭେଟ ହୋଇ ସାରିଲେଣି । ଏପଟେ ଗୃହମନ୍ତ୍ରୀ ଅମିତ୍ ଶାହା ୟୁପିରେ କିଛି ଆଞ୍ଚଳିକ ଦଳର ନେତା ମାନଙ୍କ ସହ ଭେଟ କରୁଛନ୍ତି । ଏହାରି ମଧ୍ୟରେ ବି ଏସବୁ ବୈଠକରେ ମନ୍ତ୍ରୀ ମାନଙ୍କ କାମ ଉପରେ ବି ସମୀକ୍ଷା କରାଯାଉଥିôବା ଜଣାପଡିଛି । ଏଭଳି କୁହାଯାଇଛି କି ଗୁରୁବାର ଦିନ ୬ ଜଣ ମନ୍ତ୍ରୀଙ୍କର କାମ ସମୀକ୍ଷା କରାଯାଇଛି ।

କହିରଖୁ କି ଏହା ପୂର୍ବରୁ  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ  ଓ ଗୃହମନ୍ତ୍ରୀଙ୍କୁ ଭେଟିଥିଲେ । କଂଗ୍ରେସ ନେତା ଜିତୀନ ପ୍ରସାଦ ବିଜେପିରେ ଯୋଗ ଦେବାର ଗୋଟିଏ ଦିନ ପରେ ଆଦିତ୍ୟନାଥଙ୍କର ଏଭଳି ଭେଟଘାଟ ବେଳେ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହୋଇଥିଲା ବୋଲି କୁହାଯାଉଛି ।

ସେହିଭଳି  ଉତ୍ତରାଖଣ୍ଡ  ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ରକ୍ଷାମନ୍ତ୍ରୀ ରାଜନାଥ୍ ସିଂ ଓ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି   । ତ୍ରିବେନ୍ଦ୍ର ସିଂ ରାୱତଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ବି ସରଗରମ ରହିଛି । କାରଣ ଦଳ ତାଙ୍କଠାରୁ ମୁଖ୍ୟମନ୍ତ୍ରୀ ଥିବା ତ୍ରିବେନ୍ଦ୍ର ସିଂଙ୍କୁ ଦଳ କେନ୍ଦ୍ରରେ କିଛି ଗୁରୁ ଦାୟିତ୍ୱ ଦେବ ବୋଲି ଆଶା କରାଯାଉଛି ।