ପୋଖରୀରୁ ଉଦ୍ଧାର ହେଲା ବିରାଟ କୁମ୍ଭୀର । ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ

ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଞ୍ଚାୟତର କାନ୍ଦିଲିବେଡା ଠାରେ ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର କରାଯାଇଛି

140

ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଞ୍ଚାୟତର କାନ୍ଦିଲିବେଡା ଠାରେ ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ପାଢ଼ୀ ଏବଂ ଶୁକଦେବ ବାରିକ କାନ୍ଦିଲିବେଡାରେ ଥିବା ଏକ ପୋଖରୀକୁ ଲିଜ୍ ସୂତ୍ରରେ ନେଇଛନ୍ତି । ଆଜି ବିକ୍ରି ଉଦ୍ଦେଶ୍ୟରେ ମାଛ ଧରିବା ପାଇଁ ଜାଲ ପକାଇଥିବା ବେଳେ ଜାଲରେ ଏକ କୁମ୍ଭୀର ପଡ଼ିଥିଲା । କୁମ୍ଭୀର ଟିକୁ କୂଳକୁ ଅଣାଯାଇଥିଲା। ପୋଖରୀରୁ କୁମ୍ଭୀର ଉଦ୍ଧାର ହୋଇଥିବା ଶୁଣି ଘଟଣାସ୍ଥଳରେ ଭିଡ ଜମି ଥିଲା ।

ଉଦ୍ଧାର ହୋଇଥିବା କୁମ୍ଭୀରର ଓଜନ ୧୫ରୁ୨୦ କିଲୋ ହୋଇଥିବା ବେଳେ ଲମ୍ବା ଚାରି ଫୁଟ ବୋଲି ଅନୁମାନ କରାଯାଉଛି । ପୋଖରୀ ଠାରୁ ଶହେ ମିଟର ଦୂରରେ କୋଲାବ ନଦୀର ଏକ ଶାଖା ନଦୀ ସୁରାଯୋଡି ବହି ଯାଇଥିବା ବେଳେ ବର୍ଷା ଦିନେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଲେ ଏହି ନଦୀର ପାଣି କୂଳ ଡେଇଁ ମାଡ଼ିଯିବା ସହ ପୋଖରୀରେ ପଶିଯାଏ । ତେଣୁ ବର୍ଷା ଋତୁରେ ଏହି କୁମ୍ଭୀରଟି କୌଣସି ମତେ ପୋଖରୀ ଭିତରକୁ ପଶି ଆସିଥିବା ଅନୁମାନ କରାଯାଉଛି ।
ତେବେ ଏ ସମ୍ପର୍କରେ ଜୟପୁର ବନଖଣ୍ଡର ଦାୟିତ୍ଵରେ ଥିବା ଫରେଷ୍ଟର ଗଦାଧର ଚୈଧୁରୀଙ୍କୁ ଜଣାଇବା ପରେ ସେ ପହଞ୍ଚାଇଥିଲେ।  ଏବଂ କୁମ୍ଭୀର ଟିକୁ ତାଙ୍କୁ ହସ୍ତାନ୍ତର କରାଯାଇଛି । ସୌଭାଗ୍ୟବଶତଃ କୁମ୍ଭୀରଟି ଉଦ୍ଧାର ହୋଇଯାଇଛି । ନଚେତ ଯଦି କେହି ପୋଖରୀକୁ ଯିବାର ସମୟରେ ଏହି କୁମ୍ଭୀର ହାବୁଡ଼ରେ ପଡ଼ିଥାଆନ୍ତେ ସେମାନଙ୍କ ଜୀବନ ବିପଦରେ ପଡ଼ିବାର ଅନେକ ସମ୍ଭାବନା ରହିଥିଲା ।