କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କୁ ସ୍ୱତନ୍ତ୍ର ବିମାନରେ ଏୟାର ଲିପ୍ଟ କରାଯାଇଛି । ସେମାନଙ୍କୁ ରିଶିକେଶ ଏମ୍ସକୁ ନିଆଯାଇଛି । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ଅଧିକ ଯାଂଚ କରାଯିବ । ତେବେ କିଛି ସମୟ ପୂର୍ବରୁ ହସ୍ପିଟାଲରେ ଶ୍ରମିକଙ୍କୁ ଭେଟିଥିଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଭେଟିବା ସମୟରେ ଶ୍ରମିକ ମାନଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ । ଏହା ସହ ଶ୍ରମିକଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଗତକାଲି ସନ୍ଧ୍ୟାରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାୟ ଦେଢଘଂଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଅପରେସନ ବେଳେ ଝାଡଖଣ୍ଡ ନିବାସୀ ବିଜୟ ହରୋଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ଏହା ପରେ ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ଏସଡିଆରଏଫ, ଏନଡିଆରଫ, ବିଆରଓ, ଆଇଟିବିପି, ବାୟୁସେନାଠୁ ଆରମ୍ଭ କରି ପୁଲିସ ପ୍ରଶାସନ ଉଦ୍ଧାର କାମରେ ମୋର୍ଚ୍ଚା ସମ୍ଭାଳିଥିଲେ । ଏହି ସମୟରେ ଅନେକ ପ୍ରତିବନ୍ଧକ ଆସିଛି । କିନ୍ତୁ ଏହି ପ୍ରତିବନ୍ଧକକୁ କାଟି ଅପରେସନକୁ ସଫଳ କରିଛନ୍ତି ଉଦ୍ଧାର କାରୀ ଟିମ୍ ।