କନକ ବ୍ୟୁରୋ : ମହାରାଷ୍ଟ୍ର ଭିୱାଣ୍ଡିରେ ୩ ମହଲା କୋଠା ଭୁଷୁଡିବା ଘଟଣାରେ ଜାରି ରହିଛି ଉଦ୍ଧାର କାମ । ଘଟଣାରେ ୮ ଜଣ ଶିଶୁ ସମେତ ଶେଷ ଖବର ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହେଲାଣି । ଏନଡିଆରଏଫ୍ ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର କାମରେ ଏନଡିଆରଏଫ୍ ଓ ଦମକଳ ବାହିନୀ ଲାଗି ରହିଛନ୍ତି । ଭଙ୍ଗା କୋଠା ତଳୁ ୨୦ ଜଣଙ୍କୁ ଉଦ୍ଧାର କରାଗଲାଣି । ଏବେ ବି ଚାଲିଛି ଉଦ୍ଧାର କାମ । ଏବେ ବି ଭଙ୍ଗା କୋଠା ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଥିବାରୁ ସତର୍କତାର ସହ ଭଙ୍ଗା କୋଠାର ଅଂଶକୁ ବାହାର କରାଯାଉଛି ।/kanak/media/post_attachments/wp-content/uploads/2020/09/Building-1-2-scaled-300x178.jpg)
୪୦ ବର୍ଷର ପୁରୁଣା କୋଠାକୁ ଖାଲି କରିବାକୁ ଦୁଇ ଦୁଇଥର ନୋଟିସ୍ କରାଯିବା ପରେ ବି ଲୋକେ ଏନେଇ ଧ୍ୟାନ ଦେଉନଥିଲେ । ଗତକାଲି ବର୍ଷା ପରେ ପରେ କୋଠାଟି ଭୁଷୁଡି ପଡିଥିଲା । ଏହା ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । /kanak/media/post_attachments/wp-content/uploads/2020/09/926529-bhiwandi-building-collapse-300x169.jpg)
Follow Us