ମହାରାଷ୍ଟ୍ର ଭିୱାଣ୍ଡିରେ ଭଂଗା କୋଠା ତଳୁ ଚାଲିଛି ଉଦ୍ଧାର କାମ : ୮ ଶିଶୁଙ୍କ ସମେତ ଗଲାଣି ୨୦ ଜୀବନ ; ଉଦ୍ଧାର କାମରେ ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ ସାମିଲ୍ 

130

କନକ ବ୍ୟୁରୋ : ମହାରାଷ୍ଟ୍ର ଭିୱାଣ୍ଡିରେ ୩ ମହଲା କୋଠା ଭୁଷୁଡିବା ଘଟଣାରେ ଜାରି ରହିଛି ଉଦ୍ଧାର କାମ । ଘଟଣାରେ ୮ ଜଣ ଶିଶୁ ସମେତ ଶେଷ ଖବର ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହେଲାଣି । ଏନଡିଆରଏଫ୍ ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର କାମରେ ଏନଡିଆରଏଫ୍ ଓ ଦମକଳ ବାହିନୀ ଲାଗି ରହିଛନ୍ତି । ଭଙ୍ଗା କୋଠା ତଳୁ ୨୦ ଜଣଙ୍କୁ ଉଦ୍ଧାର କରାଗଲାଣି । ଏବେ ବି ଚାଲିଛି ଉଦ୍ଧାର କାମ । ଏବେ ବି ଭଙ୍ଗା କୋଠା ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଥିବାରୁ ସତର୍କତାର ସହ ଭଙ୍ଗା କୋଠାର ଅଂଶକୁ ବାହାର କରାଯାଉଛି ।

୪୦ ବର୍ଷର ପୁରୁଣା କୋଠାକୁ ଖାଲି କରିବାକୁ ଦୁଇ ଦୁଇଥର ନୋଟିସ୍ କରାଯିବା ପରେ ବି ଲୋକେ ଏନେଇ ଧ୍ୟାନ ଦେଉନଥିଲେ । ଗତକାଲି ବର୍ଷା ପରେ ପରେ କୋଠାଟି ଭୁଷୁଡି ପଡିଥିଲା । ଏହା ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।