କନକ ବ୍ୟୁରୋ : ଉତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ଓଡିଆ ଶ୍ରମିକ । ଓଡିଆ ଶ୍ରମିକ ଫସି ରହିଥିବା ସୂଚନା ଦେଲେ ଉତରକାଶୀ ଏସପି । ରବିବାର ଟନେଲ କାର୍ଯ୍ୟ ଚାଲୁଥିବା ବେଳେ ଭୁଷୁଡି ପଡିଥିଲା ନିର୍ମାଣଧିନ ଟନେଲ । ଏଥିରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ଜଣାପଡିଛି ।

Advertisment

ତେବେ ଏମାନଙ୍କ ମଧ୍ୟରେ କିଛି ଓଡିଆ ଶ୍ରମିକ ରହିଛନ୍ତି । ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ମାଟି ଓ ପଥର ଅତଡା ଦେଇ ସେମାନଙ୍କୁ ଟନେଲ ଭିତରେ ଅକ୍ସିଜେନ୍ ଓ ପାଣି, ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ଗତକାଲି ଠାରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୫୦ରୁ ଅଧିକ ଏନଡିଆରଏଫ ସହ, ଏସଡିଆରଏଫ ଏବଂ ଆଇଟିବିପିର ଯବାନଙ୍କୁ ମୁତୟନ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଫଶିରହିଥିବା ଶ୍ରମିକଙ୍କ ପାଖରେ ଉଦ୍ଧାରକାରୀ ଟିମ ପହଞ୍ଚି ପାରିନାହାଁନ୍ତି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଉତରକାଶୀ ଏସପି ଅର୍ପଣ ଯଦୁବଂଶୀ କହିଛନ୍ତି । ଭୁଷୁଡିଥିବା ଟନେଲ ହେଉଛି ଚାର ଧାମ ଯାତ୍ରାର ସବୁଠୁ ବଡ଼ ଟନେଟ । ସାଢେ ୪ କିଲୋମିଟର ଦୁଇ ଲାଇନ ବିଶିଷ୍ଟ ଟନେଲର କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।