ଆଉ କିଛି ସମୟର ଅପେକ୍ଷା… ହଟିବ ଟନେଲର ଅନ୍ଧାର, ବଞ୍ଚିବ ଜୀବନ, ୧୨ ଦିନ ପରେ ଆଲୋକ ଦେଖିବେ ଶ୍ରମିକ ।

284

କନକ ବ୍ୟୁରୋ: ବାସ୍ ଆଉ କିଛି ସମୟର ଅପେକ୍ଷା । ଉଦ୍ଧାର ହେବେ ଶ୍ରମିକ । ଅନ୍ଧାରୀ ଜୀବନରୁ ମିଳିବ ମୁକ୍ତି, ଦେଖିବେ ଆଲୋକ । ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ପାଖାପାଖି ୯୦ ପ୍ରତିଶତ ଡ୍ରିଲିଂ କାମ ଶେଷ ହୋଇସାରିଛି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୪୫ ମିଟର ଡ୍ରିଲ ହୋଇଥିବା ନେଇ ସୂଚନା ମଳିଛି । ଫଶିରହିଥିବା ଶ୍ରମିକଙ୍କଠୁ ଆଉ ୧୨ ମିଟର ଦୂରତା ରହିଛି । ଗତକାଲି ରାତିରେ ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା । ପରେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । ତେଣୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ସୂଚନା ଆସିଛି ।

ତେବେ ୧୨ ଦିନ ହେଲା ଅଧାଖାଇ, ଅଧାଶୋଇ ୪୧ ଶ୍ରମିକ ସେହି ଟନେଲ୍ ଭିତରେ ରହିଛନ୍ତି । ଉଦ୍ଧାର କରାଯିବା ପରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟନେଲ୍ ବାହାରେ ବ୍ୟାପକ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଏପରିକି ଶ୍ରମିକଙ୍କ ପାଇଁ ଅସ୍ଥାୟୀ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି । ଆଉ ୪୧ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ବେଡ୍ ମଧ୍ୟ ପ୍ରସ୍ତୁତ ରହିଛି । ଉଦ୍ଧାର ପରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କ’ଣ ରହିଛି, ସେସବୁର ହେବ ଯାଂଚ । ବତ୍ତମାନ ଯେଉଁ ଗତିରେ ଡ୍ରିଲିଂ କାମ ଜାରି ରହିଛି, ସକାଳ ୮ ଟା ସୁଦ୍ଧା ଶ୍ରମିକଙ୍କ ପାଖରେ ପହଂଚିଯିବେ ବୋଲି କହିଛନ୍ତି ଉଦ୍ଧାରକାରୀ ଦଳର ସଦସ୍ୟ ।