ଶେଷରେ ଜଳବନ୍ଦୀରୁ ମିଳିଲା ମୁକ୍ତି । ପ୍ରାୟ ୨ ଦିନ ଧରି ଛାତ ଉପରେ ଅଟକି ରହିଥିବା ପରିବାରକୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍, ପ୍ରତିକୂଳ ପରିସ୍ଥିତିରେ କେମିତି ଚାଲିଛି ଉଦ୍ଧାର କାମ ସାମ୍ନାକୁ ଆସିଲା ଚିତ୍ର ।

130

କନକ ବ୍ୟୁରୋ: ଶେଷରେ ଜଳବନ୍ଦୀରୁ ମିଳିଲା ମୁକ୍ତି । ଯାଜପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀରେ ବନ୍ୟା ଆସିବାରୁ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ପାଣି ଘେରରେ ରହିଥିବା ଲୋକଙ୍କ ଉଦ୍ଧାର କାମରେ ଲାଗିଛନ୍ତି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀ । ପ୍ରଥମେ ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଯାଇଛି । ତେଣୁ ଜୀବନ ବିକଳେ ଲୋକେ ଛାତ ଉପରେ ରହିଥିଲେ । ଛାତ ଉପରେ ଅଟକି ରହିଥିବା ପରିବାରକୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।

ପ୍ରତିକୂଳ ପରିସ୍ଥିତର ସାମ୍ନା କରି ଛାତ ଉପରୁ ଉଦ୍ଧାର କରାଯାଇଛି । ଉଦ୍ଧାର ବେଳର ଦୃଶ୍ୟ କନକ ନ୍ୟୁଜକୁ ହସ୍ତଗତ ହୋଇଛି । ଦେଖନ୍ତୁ କିଭଳି ନିଜ ଜୀବନକୁ ବାଜିରେ ଲଗାଇ ଓଡ୍ରାଫ୍ ଟିମ୍ର ଯବାନମାନେ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଯାଜପୁର ଜିଲ୍ଲାର ମଙ୍ଗରାଜପୁର, ଖଣ୍ଡାସା, ବନ୍ଧଡିହ, ବ୍ରହ୍ମବରଦାରେ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କାମ ଜାରି ରହିଛି । କୋରାପୁଟ ତୃତୀୟ ବାଟାଲିୟନ୍ର ଯବାନମାନେ ଏହି ଅଂଚଳରେ ରେସ୍କ୍ୟୁ ପ୍ରକ୍ରିୟା ଜାରି ରଖିଛନ୍ତି ।