କନକ ବ୍ୟୁରୋ: ଉତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଏକ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ଏହି ପ୍ରୋଜେକ୍ଟରେ କାମ କରୁଥିବା ଜଣେ ଶ୍ରମିକ ଶୁଭାକର ନାୟକ । ଶୁଭାକର ପୂର୍ବରୁ ଏହି ଟନେଲ ନିର୍ମାଣ କାମରେ ନିୟୋଜିତ ଥିଲେ । ୪ ବର୍ଷ ଧରି ସେଠାରେ ଶ୍ରମିକ ଭାବେ କାମ କରିଛନ୍ତି । ଆଉ ଟନେଲ ନିର୍ମାଣ ଶୈଳୀକୁ ନେଇ ବହୁ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁସାରେ ଟନେଲ ଭିତରେ ପାଦେ ପାଦେ ବିପଦ ଥାଏ । ପାଣି ଭିତରେ ରହି ଘଂଟା ଘଂଟା ଧରି କାମ କରିବାକୁ ପଡେ । ଆଉ ସୁରକ୍ଷା ପାଇଁ କେବଳ ହେଲମେଟ୍ ଓ ହାଇ ବୁଟ୍ ଦିଆଯାଇଥାଏ । ହେଲେ କାମ ଭିତରେ ଅନେକ ସମୟରେ ମାଡି ଅତଡା ଖସେ । କାଦୁଅ ଚିକ୍କଣ ମାଟି ଥିଲେ ମାଟି ଧସିବାର ସମ୍ଭାବନା ଅଧିକ ରହିଥାଏ ବୋଲି ଶୁଭାକର କହିଛନ୍ତି । ତାଙ୍କ କହିବା ଅନୁସାରେ ବେଶ ବିପଦ ସଂକୁଳ ଅବସ୍ଥାରେ ଶ୍ରମିକ ମାନେ ଟନେଲରେ କାମ କରିଥାନ୍ତି । ଏଥିସହ ତାଙ୍କ ସୂଚନା ଅନୁସାରେ ବାରିପଦାର ଧିରେନ୍ ନାୟକଙ୍କ ସମେତ ଅନ୍ୟଜଣେ ଓଡିଆ ଶ୍ରମିକ ତାଙ୍କ ସିଫ୍ଟରେ କାମ କରୁଥିଲେ । ହେଲେ ତାଙ୍କ ସୂଚନା ଉତରାଖଣ୍ଡ, ଉତରକାଶୀ ପ୍ରଶାସନ ପକ୍ଷରୁ ଦିଆଯାଇ ନାହିଁ ବୋଲି ଶୁଭାକର କହିଛନ୍ତି ।

Advertisment