କନକ ବ୍ୟୁରୋ : ଛତିଶଗଡ଼ ଗଲେ ସୁନ୍ଦରଗଡ଼ରୁ ଉଦ୍ଧାର ମା’-ଝିଅ । ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଜିଲ୍ଲା ପ୍ରଶାସନ । ସାମାଜିକ ସୁରକ୍ଷା କର୍ମୀ, ଆସ୍ଥାଗୃହ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ହେଲା ହସ୍ତାନ୍ତର । ଗତକାଲି ସୁନ୍ଦରଗଡ଼ ଆସିଥିଲେ ମହିଳାଙ୍କ ଭଉଣୀ ଓ ସାନ ଝିଅ । ସେମାନେ ସୁନ୍ଦରଗଡ଼ରେ ପହଁଚିବା ପରେ ମା’-ଝିଅଙ୍କ ପ୍ରକୃତ ଠିକଣା ମିଳିଥିଲା ।

Advertisment

ସେମାନଙ୍କ ଘର ଝାଡ଼ଖଣ୍ଡରେ ନୁହେଁ ଛତିଶଗଡ଼ ତୁମୁଲା ଥାନା ଅଂଚଳରେ ବୋଲି କହିଥିଲେ ପରିବାର ଲୋକ । ସଂପୃକ୍ତ ମହିଳାଙ୍କ ଭଉଣୀ ଓ ଝିଅର ବୟାନ ରେକର୍ଡ କରିଥିଲା ପୁଲିସ । ୮ ବର୍ଷ ତଳେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ । ଗତ ୪ ତାରିଖରେ ସେ ଘର ଛାଡ଼ି ପଳାଇ ଆସିଥିଲେ । ଦିଅର ମିଥୁନ ତାଙ୍କୁ ଓ ଝିଅକୁ ଯୌନ ନିର୍ଯାତନା ଦେଉଥିବା ନେଇ ଆସ୍ଥା ଗୃହରେ କାଉନସେଲିଂ ବେଳେ କହିଥିଲେ ମହିଳା ।

ଯାହାକୁ ନେଇ ସାରା ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମିଥୁନ ତାଙ୍କର ପଡ଼ୋଶୀ ଏବଂ ସମ୍ପର୍କରେ ଦିଅର ହେବ ବୋଲି ସ୍ୱୀକାର କରିଥିଲେ ମହିଳାଙ୍କ ଭଉଣୀ । ତେବେ ମିଥୁନ ଦୁଷ୍କର୍ମ କରୁଥିବା ନେଇ ସେ ଜାଣନ୍ତି ନାହିଁ ବୋଲି ମହିଳାଙ୍କ ଭଉଣୀ କହିଛନ୍ତି । ସୁନ୍ଦରଗଡ଼ରେ ଦୁଇ ମହିଳା ଉଲଗ୍ନ ହୋଇ ବୁଲୁଥିବା ବେଳେ ସେମାନଙ୍କୁ ଉତରୀୟ ଘୋଡ଼ାଇ ଉଦ୍ଧାର କରିଥିଲେ ବିଧାୟିକା କୁସୁମ ଟେଟେ ।