ଏମସରୁ ଡିସଚାର୍ଜ ପରେ ଘରକୁ ଫେରିଲେ ଉଦ୍ଧାର ଶ୍ରମିକ । ମିଠା ଖୁଆଇ, ଫୁଲ ଦେଇ ସ୍ୱାଗତ ଜଣାଇଲେ ପରିବାର

115

କନକ ବ୍ୟୁରୋ : କିଛି ଚିତ୍ର ହିଁ ବୟାନ କରୁଛି ଦୀର୍ଘ ଦିନ ପରେ ଘରକୁ ଫେରିବା ଖୁସି କ’ଣ । ବିଶେଷ କରି ଯେବେ ମୃତ୍ୟୁର ଜାଲରୁ ଜଣେ ପୁର୍ନଜନ୍ମ ପାଏ ତାର ଅନୁଭୂତି, ଖୁସିକୁ ଶଦ୍ଧରେ ପ୍ରକାଶ କରିବା ହୁଏତ ଏତେ ସହଜ ନୁହେଁ । ଜୀବନ ସଂଘର୍ଷରେ ଜିତିବାପରେ ଯେବେ ନିଜ ପରିବାର, ପରିଜନଙ୍କୁ ମଣିଷ ଭେଟେ ସେହି ସମୟର ଦୃଶ୍ୟ କିଛି ଏଭଳି ରହେ । ଏମାନେ ହେଉଛନ୍ତି ଶ୍ରମବୀର   ।ଘରେ ପହଁଚିବାପରେ ଫୁଲମାଳ ପିନ୍ଧାଇ, ତିଲକ ଲଗାଇ ଓ ମିଠା ଖୁଆଇ ଉଦ୍ଧାର ଶ୍ରମିକଙ୍କୁ ସ୍ୱାଗତ ଜଣାଇଛନ୍ତି ପରିବାର, ପରିଜନ । ଉତରକାଶୀ ଟନେଲରେ ଦୀର୍ଘ ୧୭ଦିନ ଫସିବା ପରେ ଏବେ ନିଜ ପରିବାର ନିକଟକୁ ଫେରିଛନ୍ତି ଶ୍ରମିକ । ବାପା, ମା, ଭାଇଭଉଣୀ, ସ୍ତ୍ରୀ, ପିଲା ପରିବାରକୁ ଭେଟିବାପରେ ଯେ ଏମାନେ କେତେ ଖୁସି ସେକଥା ଆପଣ ଏହି ଦୃଶ୍ୟରୁ ଅନୁମାନ କରିପାରୁଥିବେ ।

୧୭ଦିନ ପରେ ସିଲିକିଆରା ଟନେଲରୁ ୪୧ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ହେବା ପରେ ଋଷିକେଶ ଏମ୍ସରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ଶ୍ରମିକଙ୍କ ମାନସିକ, ଶାରିରୀକ ସ୍ଥିିତି ନିରିକ୍ଷଣ କରାଯିବା ପରେ ଗୁୁରୁବାର ଡିସ୍ଚାର୍ଜ କରାଯାଇଥିଲା । ପରେ ଡେରାଡୁନରୁ ବିମାନଯୋଗେ ନିଜ ନିଜ ଘରକୁ ଫେରିଛନ୍ତି ଶ୍ରମିକ । ଫସିଥିବା ଓଡିଆ ଶ୍ରମିକ ମଧ୍ୟ ଘରକୁ ଫେରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦୁଇ ସପ୍ତାହ ପରେ ପୁଣିି ଥରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା । ଘର ପାଖରେ ଥିବା ଡାକ୍ତରଖାନାରେ ପରୀକ୍ଷା କରିବାକୁ ଏମ୍ସ ଡାକ୍ତର ପରାର୍ମଶ ଦେଇଛନ୍ତି । ଏଥିସହ ଶ୍ରମିକଙ୍କ ସ୍ୱାସ୍ଥ୍ୟସ୍ଥିତି ଉପରେ ନଜର ରଖିବେ ଏମ୍ସ ଡାକ୍ତର । ଟେଲି-ମେଡିସନ ବ୍ୟବସ୍ଥା କରାଯିବ । ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାରୁ ୫ଜଣ, ଊତରପ୍ରଦେଶର ୬ଜଣ,ବିହାରର ୫ଜଣ, ପଶ୍ଚିମବଙ୍ଗର ୩ଜଣ, ଉତରାଖଣ୍ଡ ଓ ଆସାମରୁ ୨ଜଣ ଥିବାବେଳେ ହିମାଚଳପ୍ରଦେଶର ଥିଲେ ଜଣେ ଶ୍ରମିକ ।