ହାତୀ ଦାନ୍ତ ଚାଲଣ କରୁଥିଲେ, ଧରା ପଡିଲେ । ଲକ୍ଷାଧିକ ଟଙ୍କାର ହାତୀ ଦାନ୍ତ ଜବତ 

80

କନକ ବ୍ୟୁରୋ : ଲକ୍ଷାଧିକ ଟଙ୍କା ମୂଲ୍ୟର ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଧରିଲା ଏସଟିଏଫ ଟିମ  । ଗୋଟିଏ ହାତୀ ଦାନ୍ତ ସହ ଚାଲାଣ କରୁଥିବା ଜଣେ ଲୋକକୁ ଗିରଫ କରିଛି ବନ ବିଭାଗ  । ପଦ୍ମପୁର ରେଂଜ ଅଧିନସ୍ଥ କେନ୍ଧୁଭଟା ଛକ ନିକଟରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ନେଇ ଆସୁଥିବା ଖବର ପାଇ ଏସଟିଏଫ ଟିମ ଓ ପଦ୍ମପୁର ବନବିଭାଗ ଚଢାଉ କରିଥିଲା  ।

ପଦ୍ମପୁର ରେଂଜରଙ୍କ ସୂଚନା ଅନୁସାରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି ହାତୀ ଦାନ୍ତର ଓଜନ ୩କେଜି ୩୫୦ ଗ୍ରାମ  । ଚାଲଣ କରୁଥିବା ବ୍ୟକ୍ତି ଜଣକ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଂଚଳର ରମେଶ ପ୍ରଧାନ  । ଯେହେତୁ ହାତୀ ଦାନ୍ତ ଚାଲାଣ କରୁଥିବା ବ୍ୟକ୍ତି ଜଣକ ବଲାଙ୍ଗୀର ଜିଲ୍ଲା ଅଂଚଳର ତେଣୁ ବଲାଙ୍ଗୀର ଅଂଚଳରୁ ଚାଲାଣ ହେଉଥିବା ଅନୁମାନ କରାଯାଉଛି  । ଅଧିକ ତଦନ୍ତ ଜାରି ରହିଛି  ।