ମେକ୍ସିକୋର ହିରୋ ଫ୍ରିଡା ! ବଞ୍ଚାଇଲା ୫୪ ଜୀବନ, ପୂରା ଦେଶ କରୁଛି ସଲାମ

34

ଗତ ବୁଧବାର ମେକ୍ସିକୋରେ ଶକ୍ତିଶାଳୀ ଭୂମିକମ୍ପ ହୋଇ ରାଜଧାନୀ ମେକ୍ସିକୋ ସିଟି ସମେତ ୫ଟି ପ୍ରଦେଶରେ ବିପୁଳ କ୍ଷୟକ୍ଷତି ଘଟିଥିଲା ।Mexico Earthquake ଏହି ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ ପାଖାପାଖି ୨୭୪ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୨୦୦୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ଥିଲା। ମେକ୍ସିକୋ ସିଟିରେ ୪୪ଟି ସ୍ଥାନରେ ବହୁ କୋଠାଘର ତାସଘର ଭଳି ଭୁଶୁଡ଼ି କଙ୍କ୍ରିଟ ଖଣ୍ଡରେ ପରିଣତ ହୋଇଯାଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୁଲିସ, ୧୦ ହଜାର ଯବାନ, ଅଗ୍ନିଶମ ବାହିନୀ ଓ ୧୨୦୦ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ । ତେବେ ଉଦ୍ଧାର କାର୍ୟ୍ୟରେ ସାମିଲ ଥିବା ହିରୋଇନ ଫ୍ରିଡାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

frida 1ହିରୋଇନ ଫ୍ରିଡା । କୌଣସି ହଲିଉଡ ଫିଲ୍ମର ଅଭିନେତ୍ରୀ ନୁହେଁ ବରଂ ମେକ୍ସିକୋ ଡଗ ସ୍କ୍ୱାର୍ଡର ସାହାସୀ କୁକର । ଭୁମିକମ୍ପରେ ପୂରା ସହର ଧୂଳିସାତ ହୋଇଯାଇଥିବା ବେଳେ ଫ୍ରିଡା କିନ୍ତୁ ଦେଖାଇଥିଲା ସାହସିକତାର ପରିଚୟ । ନିଜ ଜୀବନକୁ ପଛ କରି ଭ୍ଙ୍ଗା କୋଠାଘର ତଳୁ ୫୪ ଜଣ ଲୋକଙ୍କ ଜୀବନ ବଞ୍ଚାଇଛି ଫ୍ରିଡା । ତେଣୁ ପୂରା ଦୁନିଆ ଏବେ ଫ୍ରିଡାର ସାହସିକତାକୁ ସଲାମ କରୁଛି । କାରଣ ଫ୍ରିଡା ନଥିଲେ ହୁଏତ ଆଉ କିଛି ସମୟ ମଧ୍ୟରେ ଏହି ୫୪ ଜଣଙ୍କ ଜୀବନ ଦୀପ ଲିଭି ଯାଇଥାନ୍ତା । କୁହାଯାଏ କୁକୁର ହେଉଛି ମଣିଷର ସବୁଠାରୁ ସାହାର୍ଯ୍ୟକାରୀ ଓ ବିଶ୍ୱାସୀ ପ୍ରାଣୀ । ଆଉ ଏହାର ସଠିକ୍ ଉଦାହରଣ ହେଉଛି ହିରୋଇନ ଫ୍ରିଡା । କାରଣ ଉଦ୍ଧାର କାର୍ଯ୍ୟରେ ଫ୍ରିଡାର ଏକ ଗୁରୁତ୍ୱପୂର୍ଣ୍ଣ ରୋଲ ରହିଥିଲା । ଆଉ ଏହାପରେ ପୂରା ମେକ୍ସିକୋରେ ଫ୍ରିଡାକୁ ନେଇ ଜୋରସୋର ଚର୍ଚ୍ଚା ହେଉଛି । ମେକ୍ସିକୋ ନୌସେନା ମଧ୍ୟ ଫ୍ରିଡାକୁ ନେଇ ବେଶ୍ ଗର୍ବିତ ବୋଲି କହିଛି ।

କିଏ ଏହି ଫ୍ରିଡା :

fridaa3ଫ୍ରିଡା ଏମିତି ସେମିତି ସାଧାରଣ ବୁଲା କୁକୁର ନୁହେଁ । ମେକ୍ସିକୋ ନୌସେନାର ଡଗ୍ ସ୍କ୍ୱାର୍ଡର ସବୁଠାରୁ ଉଚ୍ଚପ୍ରଶିକ୍ଷିତ କୁକୁର । ନୌସେନାର ଏକ ଅଧିକାରୀଙ୍କ କହିବା ଅନୁଯାୟୀ, ମାତ୍ର ଦୁଇ ମାସର ହୋଇଥିବା ବେଳେ କିଛି କୁକୁରଙ୍କୁ ପ୍ରଶିକ୍ଷର ପାଇଁ ଚୟନ କରାଯାଇଥାଏ । ଏହାପରେ ପ୍ରତିଦିନ ତିନିରୁ ଚାରି ଘଣ୍ଟା ଧରି ବିଭିନ୍ନ ଖେଳନା ସହ ପ୍ରଶିକ୍ଷଣ ଦିଆଯାଇଥାଏ । ଏପରିକି ମଣିଷର ଗନ୍ଧ ବାରିବା ପାଇଁ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଇଥାଏ ।

ତେବେ ସ୍ପେଶାଲ ଟ୍ରେନିଂ ସମୟରେ ବିଭିନ୍ନ ଭଙ୍ଗ କୋଠାଘର କିମ୍ବା ମାଟିତଳେ ରହିଯାଇଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ । ବିଭିନ୍ନ ମିଶନରେ ଯିବା ପୂର୍ବରୁ ଫ୍ରିଡାକୁ ବିଭିନ୍ନ ଉପକରଣ ସହ ସଜ୍ଜିତ କରାଯାଇଥାଏ । ଯେପରିକି ମିଶନରେ ଦରକାର ହେଉଥିବା ସ୍ୱତନ୍ତ୍ର ଚଷମା ଓ ବିଭିନ୍ନ ସୁରକ୍ଷା ଉପକରଣରେ ସଜ୍ଜିତ କରାଯାଇ ଉଦ୍ଧାର ସ୍ଥଳକୁ ଛଡାଯାଇଥାଏ । ମିଶନ ଅଧାରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦିଆ ଯାଇଥାଏ ।

frida 2ବଡ ବଡ ଅପରେସନ ସମୟରେ ଅବା ଉଦ୍ଧାର କାର୍ଯ୍ୟ ସମୟରେ ଉଦ୍ଧାରକାରୀ ଦଳ ଯେଉଁ ସ୍ଥାନରେ ପହଞ୍ଚି ପାରି ନଥାଏ ସେହି ସ୍ଥାନରେ ବେଶ ଆରାମରେ ପହଞ୍ଚି ଯାଇଥାଏ ଫ୍ରିଡା । ପରେ ଫ୍ରିଡା ଶରୀରରେ ଲାଗିଥିବା କ୍ୟାମେରା ଦ୍ୱାରା ସେହି ସ୍ଥାନର ବାସ୍ତବ ଚିତ୍ର ଦେଖି ପାରନ୍ତି ଉଦ୍ଧାରକାରୀ ଦଳ । ତା ଛଡା ଫ୍ରିଡାର ଘ୍ରାଣ ଶକ୍ତି ମଧ୍ୟ ମଣିଷ ଠାରୁ ବହୁତ ଅଧିକ । ଧ୍ୱଂସ ସ୍ତୁପ ତଳେ ପୋତି ହୋଇ ରହିଥିବା ଲୋକଙ୍କୁ ବେଶ ଆରାମରେ ଶୁଙ୍ଘି ଶୁଙ୍ଘି ଖୋଜି ବାହାର କରିଥାଏ ଫ୍ରିଡା ।

ଫ୍ରିଡା ହେଉଛି ଲାବ୍ରାଡୋର ପ୍ରଜାତିର କୁୁକୁର । ଭାରତରୁ ଆରମ୍ଭ କରି ବିଶ୍ୱର ଅନେକ ଦେଶ ଏହି କୁକୁରକୁ ବେଶ ପସନ୍ଦ କରିଥାନ୍ତି । ଏହି ପ୍ରଜାତିର କୁକୁର ବେଶ ଅନୁଶାସିତ । ଲାବ୍ରାଡୋର ପ୍ରଜାତିର କୁକୁର ବହୁତ ସ୍ମାର୍ଟ ସହ ଚାଲାକ ମଧ୍ୟ । ଏହାଛଡା ଏମାନଙ୍କୁ ଅଧିକାଂଶ ସମୟରେ ସୁରକ୍ଷା ସମୟରେ ନିୟୋଜିତ କରାଯାଇଥାଏ । ଏହି ପ୍ରଜାତିର କୁକୁର ପୋଲିସ ଓ ସେନାର ପ୍ରଥମ ପସନ୍ଦ ।