ଆମେରିକାରେ ସଟଡାଉନ ଆଶଙ୍କା । ୧ରୁ ଠପ୍ ହେବ ଶକ୍ତିଶାଳୀ ରାଷ୍ଟ୍ର ! ଆତଙ୍କରେ ଆମେରିକା, ଚିନ୍ତାରେ ବିଶ୍ୱ

1,466

କନକ ବ୍ୟୁରୋ : ଆର୍ଥିକ ସଙ୍କଟର ସମାଧାନ ନମିଳିଲେ ଠପ୍ ହୋଇଯିବ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ସରକାର ଚାଲିବା ପାଇଁ ଯେଉଁ ପାଣ୍ଠିର ଆବଶ୍ୟକ ରହିଛି ସେନେଇ ଆମେରିକା ସଂସଦରେ ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇପାରୁନି । ସେପ୍ଟେମ୍ବର ୩୦ ସୁଦ୍ଧା ସମାଧାନ ନବାହାରିଲେ ଏହା ପ୍ରଭାବ ବେଶ ଭୟଙ୍କର ହୋଇପାରେ ।

ଯେବେ ଆମେରିକା ସରକାର, ବିଭିନ୍ନ ଏଜେନ୍ସି ଓ ସରକାରୀ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ହାସଲ କରିବାର ପ୍ରସ୍ତାବ ସଂସଦରେ ପାରିତ ହୋଇପାରେନି ସେତେବେଳେ ସଟଡାଊନ ପରି ସ୍ଥିତି ଉପୁଜେ । ପାଣ୍ଠିର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଅତି ଜରୁରୀ କାର୍ଯ୍ୟକୁ ବାଦ ଦେଲେ ଅନ୍ୟ ସବୁ କାମ ବନ୍ଦ ରହେ ।

ସଟଡାଉନ ହେଲେ  ଋଣ ପରିଶୋଧ କରିବା ମୁସ୍କିଲ ହୋଇପଡିବ । କର୍ମଚାରୀଙ୍କୁ ଦରମା ମିଳିବନି । କେବଳ ବିମାନ ଚଳାଚଳା  ଓ ତଦନ୍ତ ଏଜେନ୍ସି କର୍ମଚାରୀଙ୍କ ବ୍ୟତିତ ଅନ୍ୟ ସମସ୍ତଙ୍କୁ ଛୁଟିରେ ପଠାଯିବ । ବିଶେଷଜ୍ଞଙ୍କ ମତରେ ରାଜନୈତିକ ହଲଚଲ ପାଇଁ ଆମେରିକାରେ ଏଭଳି ସ୍ଥିତି ଦେଖାଦେଇଛି । ଆମେରିକା ମୁଣ୍ଡରେ ୩୩ଲକ୍ଷ କୋଟି ଡଲାର ଋଣ ଭାର ରହିଛି । ଯାହା ଦେଶର ଜିଡିପିଠୁ ଦ୍ୱିଗୁଣା ।  ଆମେରିକାରେ ସଟଡାଉନ ନୂଆ କଥା ନୁହେଁ । ୧୯୮୦ ପରେ ୧୪ଥର ସଟଡାଉନ ପରି ସ୍ଥିତି ଦେଖାଦେଇଛି । ୨୦୧୮ ଡିସେମ୍ବର ୨୨ରେ ଆମେରିକାରେ ୩୫ଦିନ ପାଇଁ ସଟଡାଉନ ହୋଇଥିଲା ।

୨୪ଘଂଟା ଭିତରେ ଉଭୟ ଡେମୋକ୍ରାଟିକ୍ ଓ ରିପବ୍ଲିକାନ୍ ପାର୍ଟି ଭିତରେ ସରକାରୀ ପାଣ୍ଠି ନେଇ ସହମତି ନହୁଏ ତାହାଲେ ଅକ୍ଟୋବର ୧ ତାରିଖରୁ ଆମେରିକାର ସମସ୍ତ ସରକାରୀ କାମ ବନ୍ଦ ହୋଇଯିବ । ଏହାର ଅର୍ଥ ଆମେରିକାରେ ସଟ୍ଡାଉନ୍ ।

ଆମେରିକା ସଟ୍ଡାଉନ୍ର କ’ଣ ପଡ଼ିବ ପ୍ରଭାବ?
–    ଆମେରିକାର ୩୩ ଲକ୍ଷ କର୍ମଚାରୀଙ୍କ ଦରମା ମିଳି ନପାରେ
–    ଏଥିରେ ୧୩ ଲକ୍ଷ ମିଲିଟାରୀ କର୍ମଚାରୀ ରହିଛନ୍ତି
–    ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇପାରେ
–    ସରକାରୀ ବ୍ୟାଙ୍କ ସଙ୍କଟ ଦେଖାଦେଇପାରେ
–    ହେଲେ ଅତ୍ୟାବଶ୍ୟକୀୟ ସେବା ଜାରି ରହିପାରେ

ଏବେ ଆମେରିକା ୩୩ ଟ୍ରିଲିଅନ୍ ଡଲାର କରଜ ଦଳେ ଦବି ରହିଛି । ସରକାରୀ ଖର୍ଚ୍ଚରେ ଅଧିକ ଟଙ୍କା ବ୍ୟୟ ହେଉଥିବା ଅଭିଯୋଗ କରିଛି ବିରୋଧୀ । ଆମେରିକା ସଟଡାଉନ ହେଲେ କେବଳ ଦେଶ ପାଇଁ ଘାତକ ସାବ୍ୟସ୍ତ ହେବନି ବଂର ପୂରା ବିଶ୍ୱରେ ଏହା ପ୍ରଭାବ ପଡିବା ଥୟ । ବିଶ୍ୱ ଅର୍ଥନୀତି ଯେ କେତେ ପ୍ରଭାବିତ ହେବ ସେକଥା ଅନୁମାନ ଲଗାଇବା ବେଶ ମୁସ୍କିଲ ।