କନକ ବ୍ୟୁରୋ: ଜେଲରୁ ବାହାରିଲେ ଅର୍ଣ୍ଣବ ଗୋସ୍ୱାମୀ । ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ଜେଲରୁ ମୁକୁଳିଲେ । ମୁମ୍ବାଇ ତଲୋଜା ଜେଲରୁ ମୁକ୍ତ ହୋଇ ଆସିଲେ ଅର୍ଣ୍ଣବ । ସୁପ୍ରିମକୋର୍ଟ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କରିବା ପରେ ଆଜି ସନ୍ଧ୍ୟାରେ ଜେଲରୁ ବାହାରିଛନ୍ତି ଅର୍ଣ୍ଣବ । ତେବେ ଜେଲରୁ ଫେରିବା ପରେ ଭାରତ ମାତା କି ଜୟ କହିଛନ୍ତି ଅର୍ଣ୍ଣବ । ଆଉ ତାଙ୍କୁ ଦେଖିବାକୁ ରାସ୍ତା ସାରା ଲୋକ ଛିଡା ହୋଇଛନ୍ତି ଓ ସମର୍ଥନ ଜଣାଇଛନ୍ତି ।
ତେବେ ଆଜି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଥିଲା । ଗତ ୪ ତାରିଖରେ ଅନଭୟ ନାଏକଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା ପୋଲିସ । ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ତେବେ ବମ୍ବେ ହାଇକୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ସୁପ୍ରିମକୋର୍ଟ ଯାଇଥିଲେ ଅର୍ଣ୍ଣବ । ଆଉ ଆଜି ସୁପ୍ରିମକୋର୍ଟରେ ଶୁଣାଣି ସହ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନକୁ ମଞ୍ଜୁର କରାଯାଇଛି । ଗିରଫର ଦୀର୍ଘ ୮ ଦିନ ପରେ ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/21_UP.jpg)
/kanak/media/post_attachments/wp-content/uploads/2020/11/3-13.jpg)