କୋଭିଡ ନିର୍ଦ୍ଦେଶାବଳୀ ସହ ପାଳନ ହେବ ଗଣତନ୍ତ୍ର ଦିବସ । ଜାନୁଆରୀ ୨୬ ସକାଳ ୮ଟା ୩୦ରେ ରାଜ୍ୟପାଳ କରିବେ ପତାକା ଉତ୍ତୋଳନ ।

133

କନକ ବ୍ୟୁରୋ : କୋଭିଡ ନିର୍ଦ୍ଦେଶାବଳୀ ସହ ପାଳନ ହେବ ଗଣତନ୍ତ୍ର ଦିବସ । ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ । ଜାନୁଆରୀ ୨୬ ସକାଳ ୮ଟା ୩୦ ମିନିଟରେ କରିବେ ପତାକା ଉତ୍ତୋଳନ । ସମ୍ମାନୀତ ଅତିଥି ଭାବେ ଯୋଗୋଦେବେ ମୁଖ୍ୟମନ୍ତ୍ରୀ ।

କରୋନା ମହାମାରି ଯୋଗୁଁ ଏଥର ଗଣତନ୍ତ୍ର ଦିବସ କଟକଣାରେ ପାଳନ କରାଯିବ । ଅଗଷ୍ଟ ୧୫ ମଧ୍ୟ କରୋନା କଟକଣାରେ ପାଳନ କରାଯାଇଥିଲା । ସେହିପରି ଗଣତନ୍ତ୍ର ଦିବସରେ ମଧ୍ୟ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯିବ ।