ଚଳିତ ବର୍ଷ ପାଳିତ ହେବାକୁ ଯାଉଛି ୭୦ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ସମଗ୍ର ଭାରତରେ ଉତ୍ତୋଳନ କରାଯିବ ତ୍ରିରଙ୍ଗ ପତାକା । ଏହି ନିମ୍ନ ଭାଗରେ ସବୁଜ, ମଝିରେ ଧଳା ଓ ଉପରେ ନାରଙ୍ଗୀ ବର୍ଣ୍ଣ ଥିବା ଏହି ତ୍ରିରଙ୍ଗ ପତାକାକୁ ଆମେ ଜାତୀୟ ପତାକା ବୋଲି କହୁ ।
/kanak/media/post_attachments/wp-content/uploads/2019/01/flag_1024_1485399462_618x347-300x168.jpeg)
• ଏହି ପତାକାର ରୂପକାର ହେଉଛନ୍ତି କୃଷିବିତ୍ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ପିଙ୍ଗଲି ଭେଙ୍କୟା । ଜାତୀୟ ପତାକା ତିଆରି କରିବାକୁ ପ୍ରମୁଖ ଅଧିକାର ପାଇଛି ଖଦି ଓ ଗ୍ରାମ୍ୟଦ୍ୟୋଗ କମିସନ୍ । କେବଳ ଖଦି କପଡ଼ାରେ ଏହି ପତାକା ତିଆରି ହେବ ବୋଲି ନିୟମ କରାଯାଇଛି ।
• ପତାକାର ଧଳା ଅଂଶରେ ଥିବା ଅଶୋକ ଚକ୍ରର ଆକାର ନିର୍ଦ୍ଧାରିତ ହୋଇ ନ ଥିଲେ ମଧ୍ୟ ଏହା ପତାକାର ମଝିଆ ମଝି ସ୍ଥାନିତ ହେବା ଓ ଏଥିରେ ୨୪ଟି ଅର ରହିବା ଆବଶ୍ୟକ ।
• ପ୍ରଥମ ଭାରତୀୟ ଜାତୀୟ ପତାକାରେ ଥିଲା ଧାର୍ମିକ ସଙ୍କେତ ଏବଂ ମଝିରେ ଥିଲା ବନ୍ଦେ ମାତରଂ ଲେଖା ସହ ୮ଟି ଗୋଲାପ ।
• ୨୦୦୨ ପୂର୍ବରୁ ସାଧାରଣ ନାଗରିକମାନେ ଜାତୀୟ ପତାକା ଉଡ଼ାଇବାକୁ ଅନୁମତି ପାଉ ନ ଥିଲେ ।
• ୨୦୦୨ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ଫ୍ଲାଗ୍ କୋଡ୍ ପରିବର୍ତ୍ତନ କରିବା ପରେ ସାଧାରଣ ଜନତା ପତାକା ଉଡ଼ାଇବାର ସୁଯୋଗ ପାଇଛନ୍ତି ।
• ନିୟମାନୁସାରେ କେବଳ ଦିନବେଳା ଜାତୀୟ ପତାକା ଉଡ଼ାଯାଏ ଓ ସୂର୍ୟ୍ୟାସ୍ତ ପୂର୍ବରୁ ଅବତରଣ କରାଯାଏ । ଜାତୀୟ ପତାକା ଉଡ଼ିବାବେଳେ ନାରଙ୍ଗୀ ଭାଗଟି ସବୁବେଳେ ଉପରକୁ ରହିବା ଉଚିତ । ଉତ୍ତୋଳିତ ପତାକାରେ ଅନ୍ୟ କୌଣସି ସଙ୍କେତ ନ ରହିବା ଉଚିତ ।
Follow Us
/kanak/media/post_attachments/wp-content/uploads/2019/01/republic-day-2017-300x169.jpg)