ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପରେଡ ଅଭ୍ୟାସ

47

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ଅଭ୍ୟାସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି । ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ ।

ତା’ ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟେକ୍ଟିକାଲ ୟୁନିଟ୍, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ । ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଞ୍ଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ତେବେ ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ ।

Comments are closed.