ସାଧାରଣତନ୍ତ୍ର ଦିବସରେ ସେନା ଦେଖାଇବ ଶକ୍ତି , ପରେଡରେ ସାମିଲ ହେବ ୯ଟି ରାଫାଲ ଓ ନୌସେନାର ଆଇଏଲ-୩୮ ସମେତ ୫୦ ଏୟାରକ୍ରାଫ୍ଟ

147

କନକ ବ୍ୟୁରୋ : ଦିଲ୍ଲୀର କର୍ତ୍ତର୍ବ୍ୟପଥରେ ପ୍ରତିବର୍ଷ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବାକୁ କେବଳ ଦିଲ୍ଲୀ ନୁହେଁ ବରହ ସାରା ଦେଶରୁ ଲୋକ ଭିଡ ଜମାଇଥାନ୍ତି । ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ୫୦ଟି ବିମାନ ଭାଗ ନେବ ବୋଲି ଜଣାପଡିଛି । ଯାହା ମଧ୍ୟରେ ୯ଟି ରାଫାଲ, ନେଭିର ଆଇଏଲ-୩୮ ପ୍ରଦର୍ଶନ କରିବ ।

ଭାରତୀୟ ଆକାଶବାହିନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଆଇଏଲ-୩୮ ନୌସେନାର ଏକ ପୁରୁଣା ବିମାନ । ଯେ କି, ୪୨ ବର୍ଷ ଧରି ନୌସେନାର ସେବା କରୁଛି । ଚଳିତ ସାଧାରଣ ତନ୍ତ୍ର ଦିବସରେ ଏହା ପ୍ରଥମ ଓ ଶେଷଥର ପାଇଁ ପ୍ରଦର୍ଶିତ କରାଯିବ । ଏଥର ମୋଟ ୩ଟି ସେନାର ୫୦ ଟି ବିମାନ ପରେଡରେ ଭାଗନେବେ । ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନା ଏକ ମେଢକୁ ବି ଅନାବରଣ କରିଛି । ଏହାକୁ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରର୍ଦଶିତ କରାଯିବ ।

ସୂଚନା ଥାଉକି ଗତବର୍ଷ ରାଜପଥର ନାମ ପରିବର୍ତନ କରାଯାଇ କର୍ତ୍ତବ୍ୟପଥ କରାଯାଇଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ କର୍ତ୍ତବ୍ୟପଥରେ ପରେଡ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରେଡରେ ମୁଖ୍ୟ ଆକର୍ଷଣ ସାଜିବ ରାଫାଲ ଯୁଦ୍ଧ ବିମାନ । ସେପଟେ ଭାରତୀୟ ବାୟୁସେନାର ୧୪୪ ଜଣ ଯବାନଙ୍କର ନେତୃତ୍ୱ ନେବେ ୩୨ ବର୍ଷିୟ ସ୍କ୍ୱାର୍ଡନ ଲିଡର ସିନ୍ଧୁ ରେଡ୍ଡୀ , ଏଥିରେ ୩ଜଣ ଅତିରିକ୍ତ ଅଧିକାରୀ, ଫ୍ଲାଇଟ ଲେଫ୍ଟନାଣ୍ଟ ଆୟୁଷ ଅଗ୍ରୱାଲ, ଫ୍ଲାଇଟ ଲେଫ୍ଟନାଣ୍ଟତନୁଜ ମଲ୍ଲିକ ଓ ଫ୍ଲାଇଟ ଲେଫ୍ଟନାଣ୍ଟପ୍ରଧାନ ନିଖିଲ ନେତୃତ୍ୱ ନେବେ ବୋଲି ଜଣାପଡିଛି ।