କନକ ବ୍ୟୁରୋ : ସାରାଦେଶ ପାଳନ କରୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ହେଉଥିବା ପରେଡରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ ।

Advertisment

କିନ୍ତୁ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ କଟକଣା ଭିତରେ ପାଳନ ହେଉଛି । ପାରମ୍ପରିକ ଭାବେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହ ସକାଳ ୧୦ଟାରୁ ଆରମ୍ଭ ହୋଇଥାଏ, କିନ୍ତୁ ଏଥର କୁହୁଡି ଯୋଗୁଁ ସମାରୋହ ସାଢେ ୧୦ଟାରୁ ଆରମ୍ଭ ହୋଇଛି ।

ଏଥର ନୂଆ କ’ଣ ?

- ଦେଶର ୪୮୦ କଳାକାରଙ୍କ ନୃତ୍ୟ ପ୍ରଦର୍ଶନ
- ଦର୍ଶକ ଗ୍ୟାଲେରିରେ ଟିକାର ୨ଟି ଡୋଜ୍ ନେଇଥିବା ବ୍ୟକ୍ତି 
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ନାହିଁ ଅନୁମତି
- କୁହୁଡି ଯୋଗୁଁ ସାଢେ ୧୦ଟାରେ ଆରମ୍ଭ ହେଲା ପରେଡ୍
- ପରେଡରେ ସ୍ଥଳସେନାର ୬ଟି କଂଟିଜେଂଟ ସାମିଲ
- ନୌସେନାର ୯୬ ଯବାନ ଓ ୪ ଅଧିକାରୀ ସାମିଲ
- ବାୟୁସେନାର ୪ଟି କଂଟିଜେଂଟ ଓ ୯୬ ଯବାନ ସାମିଲ
- କରୋନା ଯୋଗୁଁ ଏଥର ନାହାନ୍ତି ବିଦେଶୀ ଅତିଥି
- ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ
- ‘ମାଇଁ ଗଭ’ରେ ପଞ୍ଜିକରଣ କରି ଦେଖିହେବ ପରେଡ୍ ଲାଇଭ
- ଅନଲାଇନ ଦର୍ଶକ ଶ୍ରେଷ୍ଠ ପରେଡ୍ ଦଳ ପାଇଁ କରିବେ ଭୋଟିଂ
- ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
- ‘ସହିଦୋଁ କେ ଶତ ଶତ ନମନ୍’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ
- ୨୯ ଜାନୁଆରୀ ବିଜୟ ଚୌକରେ ହେବ ବିଟିଂ ଦି ରିଟ୍ରିଟ୍
- ପ୍ରଥମଥର ପାଇଁ ପ୍ରଦର୍ଶିତ ହେବ ସ୍ୱଦେଶୀ ଡ୍ରୋନ୍ ଶୋ