ସାଧାରଣତନ୍ତ୍ର ଦିବସ ଅବସରରେ ଦରଘା ଏବଂ ମସଜିଦରେ ଉଡିଲା ତ୍ରୀରଙ୍ଗା ! ମୌଲବୀ କହିଲେ ଆମେ ହିନ୍ଦୁ ମୁସଲିମ୍ ପଛରେ ପ୍ରଥମେ ଭାରତୀୟ ।

150

ସେ ସ୍କୁଲ ହେଉ କିମ୍ବା ସରକାରୀ ଏବଂ ବେସରକାରୀ ଅଫିସ ସବୁ ସ୍ଥାନରେ ଭାରତବାସୀ ମିଶି ସାଧାରଣତନ୍ତ୍ର ଦିବସ ପାଳନ କରିଥାନ୍ତି । ଦେଶଭକ୍ତିର ରଙ୍ଗ ସେଦିନ ସମସ୍ତଙ୍କ ଉପରେ ଚଢିଥାଏ କିନ୍ତୁ ଏହି ଦେଶଭକ୍ତି ଯଦି ଧାର୍ମିକ ସ୍ଥଳରେ ଦେଖାଯାଏ ତେବେ ଦେଶବାସୀଙ୍କ ମନ ଗର୍ବରେ ଭରିଯାଏ । ଛତିଶଗଡର ବାଗବାହରା ବ୍ଲକର ଭାଲୁଚୁଆ ଗ୍ରାମରେ ଘଟିଛି ଏଭଳି କିଛି । ଏଠାକାର ସେୟଦ୍ ଅଲ୍ଲି ମିରା ଦାତାର ସାହାବ୍ ଙ୍କ ଦରଘାରେ ସବୁ ଧର୍ମକୁ ଏକ ବୋଲି ମାନି ଏହା ଉପରେ ଆସ୍ଥା ରଖି ସମସ୍ତେ ଦର୍ଶନ ପାଇଁ ଦରଘାକୁ ଆସିଥାନ୍ତି ।

 

ଏଭଳି ଆଉ ଏକ ମସଜିଦ୍ ରହିଛି ମୁମ୍ବାଇରେ । ଏଠାକାର ଭାଇଖଲା ରେଲୱେ ଷ୍ଟେସନର ମୁଖ୍ୟ ସଡକ ପାଶ୍ୱର୍ରେ ସ୍ଥିତ ହିନ୍ଦୁସ୍ତାନୀ ମସଜିଦ୍ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଏହି ଦୁଇ ମସଜିଦ୍ ଏବଂ ଦରଘାରେ ତ୍ରୀରଙ୍ଗା ପତାକାରେ ସଜାଯିବା ସହ ସବୁଜ,ଧଳା ଏବଂ କମଳା ଲାଇଟରେ ମସଜିଦ୍ ଟି ଦୂରରୁ ଖୁବ୍ ଆକର୍ଷଣୀୟ ଲାଗୁଥିଲା । କୁହାଯାଏ ଏହି ଦୁଇଟି ସ୍ଥାନରେ ପ୍ରତିବର୍ଷ ସ୍ୱାଧିନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ଅବସରରେ ଏଠାରେ ଏଭଳି ସାଜସଜ୍ଜା ହୁଏ ।