ଗଣତନ୍ତ୍ର ଦିବସ ପ୍ୟାରେଡରେ ଶୋଭା ପାଇବ ଅଯୋଦ୍ଧା ରାମ ମନ୍ଦିରର ପ୍ରତୀକ । କେନ୍ଦ୍ରସରକାରଙ୍କ ପକ୍ଷରୁ ମେଢକୁ ମଞ୍ଜୁରୀ ।

102

କନକ ବ୍ୟୁରୋ : ଆଗାମୀ ଗଣତନ୍ତ୍ର ଦିବସର ପ୍ୟାରେଡରେ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଅଯୋଦ୍ଧାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ପ୍ରତୀକ ପ୍ରଦର୍ଶନ କରାଯିବ । ସରକାରଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ ଗଣତନ୍ତ୍ର ଦିବସରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ରାମମନ୍ଦିରର ପ୍ରତୀକ ମେଢ ପ୍ରଦର୍ଶନ କରାଯିବ । ଏହା ସହ ଅଯୋଦ୍ଧାର ସଂସ୍କୃତି, ପରମ୍ପରା ଓ କଳାକୁ ଏହି ମେଢରେ ସାମିଲ କରାଯିବ । ବିଜ୍ଞାପନ ଦ୍ୱାରା ପରିଚାଳିତ ପ୍ଲେଷ୍ଟ୍ରିମ ରିପୋର୍ଟ ମୁତାବକ ୨୦୨୧ ପାଇଁ ଉତରପ୍ରଦେଶ ସରକାର ଏହି ମେଢକୁ ନେଇ ଏକ ଶୀର୍ଷକ ନିର୍ଣ୍ଣୟ କରିଛନ୍ତି । ଯାହାର ନାମ ରହିଛି ‘ଅଯୋଦ୍ଧା ସାଂସ୍କୃତିକ ଐତିହ୍ୟ ଉତ୍ତରପ୍ରଦେଶ’ ।

ଏହା ସହିତ ସରକାର କହିଛନ୍ତି କି ଏହି ମେଢରେ ଅଯୋଦ୍ଧାରେ ଅନୁଷ୍ଠିତ ହେଉଥିବା ଦୀପଉତ୍ସବର ଝଲକ୍ ଏହି ମେଢ ମାଧ୍ୟମରେ ପ୍ରଦର୍ଶନ କରାଯିବ । ଗଣତନ୍ତ୍ର ଦିବସର ପ୍ୟାରେଡ ସମ୍ବନ୍ଧରେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକକୁ ଉତ୍ତରପ୍ରଦେଶ ସରକାର ତାଙ୍କର ଏଭଳି ପ୍ରଦର୍ଶନୀ ପାଇଁ ଏକ ଆବେଦନ କରିଥିଲେ । ଏହି ଆବେଦନକୁ ବୈଠକରେ ମଞ୍ଜୁରୀ ମଳିଥିବା କଥା ଯୋଗୀ ସରକାର କହିଛନ୍ତି ।

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବାକୁ ଥିବା ଓଡିଶାର ମେଢ ଉତ୍ତରପ୍ରଦେଶର ମେଢ ସହ ଅନୁବନ୍ଧିତ ହୋଇଛି । ଉଭୟ ମେଢରେ ସର୍ବଧର୍ମ ସମନ୍ୱୟ ଉପରେ ଆଧାରିତ ହେବ ବୋଲି କୁହାଯାଇଛି । ଏହି ମେଢ ମାଧ୍ୟମରେ ଉତ୍ତରପ୍ରଦେଶ ସରକାର ରାଜ୍ୟର ସାଂସ୍କୃତିକ ଓ ପର୍ଯ୍ୟଟନ ଉପରେ ଆଧାରିତ କରିବେ ବୋଲି ଜଣାପଡିଛି ।

ଅନ୍ୟପଟେ ଗଣତନ୍ତ୍ର ଦିବସ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ବସିଥିବା ବୈଠକରେ ରେଳ ରାଷ୍ଟ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ କି ଭାରତ ଓ ସ୍ୱିଡେନ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖରେ ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଯାହା ସମ୍ବିଧାନ ଲାଗୁ ହେବା ପରେ ଦେଶ ଏକ ସ୍ୱାଧିନ ଗଣତନ୍ତ୍ର ହେବା ଦିଗରେ ନିଜର ପରିବର୍ତ୍ତନକୁ ସମ୍ପୁର୍ଣ୍ଣ କରିବା ଅଗ୍ରସର ହେଉଛି । ଏହି ଐତିହାସିକ ତାରିଖକୁ ଦେଶବାସୀ ସମ୍ମାନ ଦେବା ଆବଶ୍ୟକ ।