ଷ୍ଟିଲ ସିଟି ରାଉରକେଲାରେ ସବୁଠୁ ଉଚ୍ଚରେ ଉଡିଲା ତ୍ରିରଙ୍ଗା: ସେପଟେ ୭୨ ତମ ଗଣତନ୍ତ୍ର ଦିବସରେ ଚିତ୍ରକୋଣ୍ଡାରେ ପ୍ରଥମ ଥର ପାଇଁ ଉଡିଲା ତ୍ରିରଙ୍ଗା

125

କନକ ବ୍ୟୁରୋ:  ମାଲକାନଗିରି ସ୍ୱାଭିମାନ ଅଂଚଳରେ ଆଉ ନାହିଁ ମାଓବାଦୀଙ୍କ ଭୟ । ୭୨ ତମ ଗଣତନ୍ତ୍ର ଦିବସରେ ଚିତ୍ରକୋଣ୍ଡାରେ ପ୍ରଥମ ଥର ପାଇଁ ଉଡିଲା ତ୍ରିରଙ୍ଗା । ଗୋରାସେତୁ ବିଏସଏଫ କ୍ୟାମ୍ପରେ ଯବାନଙ୍କ ସହ ମିଶି ଗଣତନ୍ତ୍ରର ଜୟଗାନ କରିଛନ୍ତି ଅଂଚଳ ବାସୀ । ପୂର୍ବରୁ ଏହି ଅଂଚଳରେ ମାଓବାଦୀଙ୍କ ଦବଦବା ରହିଥିଲା । ଏବେ ଏହି ଅଂଚଳରେ ସୁରକ୍ଷାକର୍ମୀ ପହଚିଂବା ପରେ ଲୋକଙ୍କ ମନରୁ ମାଓ ଭୟ ଦୂର ହୋଇଛି ।

ସେପଟେ ଷ୍ଟିଲ ସିଟିରେ ଉଡିଲା ଉଚ୍ଚତମ ତ୍ରିରଙ୍ଗା । ସାଧାରଣତନ୍ତ୍ର ଦିବସରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୨୩୦ ଫୁଟର ଫ୍ଲାଗ ପୋଲ ବା ଖମ୍ବରେ ୭୨ ଫୁଟ ଲମ୍ବ ଓ ୪୮ ଫୁଟ ଚଉଡା ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି । ନିମନ୍ତ୍ରିତ ଅତିଥୀ ଓ ବରିଷ୍ଠ ପଦାଧିକାରୀଙ୍କ ଗହଣରେ ପତାକା ଉତ୍ତୋଳନ କରିଛନ୍ତି କାରଖାନାର ସିଇଓ ଦୀପକ ଛଟରାଜ ।