ବିଶ୍ୱ ଚେସ୍ ବକ୍ସିଂରେ ଓଡ଼ିଆ ଝିଅଙ୍କ କମାଲ: ଆନ୍ଧ୍ରରୁ ପ୍ରତିନିଧିତ୍ୱ କରି ତୁର୍କୀରେ ସ୍ୱର୍ଣ୍ଣ ଜିତିଲେ ରାୟଗଡ଼ା ବିଷମକଟକର ଭିନିଲା 

47

କନକ ବ୍ୟୁରୋ: ଚତୁର୍ଥ ବିଶ୍ୱକପ୍ ଚେସ୍ ବକ୍ସିଂରେ ଓଡ଼ିଶା ଝିଅର କମାଲ । ଆନ୍ଧ୍ରରୁ ପ୍ରତିନିଧିତ୍ୱ କରି ଚମ୍ପିୟାନ ହୋଇ ଦେଶପାଇଁ ଗୌରବ ଆଣିଲେ ରାୟଗଡା ବିଷମକଟକର ସୁନାଝିଅ ଭିନିଲା । ପ୍ରତିଯୋଗିତାରେ ପଚାଶ କିଲୋ ବର୍ଗରେ ଗୋଲ୍ଡ ମେଡାଲ ଜିତିଛନ୍ତି ଭିନିଲା ।  ବିଷମକଟକ ଏନାଲିୟମ୍ ସ୍କୁଲରେ ହାଇସ୍କୁଲ ପାଠ ଶେଷ କରିବା ପରେ ସେ ବର୍ତମାନ ବିଶାଖାପାଟଣାର ସଂସ୍କୃତି ଗ୍ଲୋବାଲ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବର୍ଗରେ ଅଧ୍ୟୟନ କରୁଛନ୍ତି । ସ୍କୁଲ ଜୀବନରୁ ଚେସ ପ୍ରତି ରୁଚି ରଖୁଥିବା ଭିନିଲା ପରେ ବକ୍ସିଂ ପ୍ରତି ଆଗ୍ରହ ଆସିବାରୁ ସେଠାରେ ତାଲିମ ନିଅନ୍ତି ।  ପ୍ରଥମେ ଆନ୍ଧ୍ର ପ୍ରଦେଶ ତରଫରୁ ଗୁଜରାଟର ଅହମଦାବାଦ ଠାରେ ଆୟୋଜିତ ଜାତିୟ ଚେସ୍ବକ୍ସିଂ ପ୍ରତିଯୋଗିତାରେ ପଚାଶ କିଲୋ ବର୍ଗରେ ଗୋଲ୍ଡ ମେଡେଲ୍ ଜତି ଆନ୍ତର୍ଜାତିୟ ପ୍ରତିଯୋଗିତା ପାଇଁ ମନୋନିତ ହୋଇଥିଲେ ଭିନିଲା । ଏହା ପରେ ଚଳିତ ମାସ ୧୩ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ହୋଇଥିବା ଆନ୍ତଜାତୀୟ ପ୍ରତିଯୋଗିତାରେ ପ୍ରଥମେ କାଜାକିସ୍ତାନ ସହ ଖେଳି ଜିତିବା ପରେ ଫାଇନାଲରେ ରଷିଆ ସହ ଖେଳିଛନ୍ତି ଭିନିଲା ।