ମିଆଁମାର ସେନାର ଅମାନବୀୟ କାଣ୍ଡ । ହାତ ଗୋଡ ବାନ୍ଧି ଗାଁ ଲୋକଙ୍କ ଦେହରେ ଲଗାଇଦେଲା ନିଆଁ, ୫ ଶିଶୁ ଜୀବନ୍ତ ଦଗ୍ଧ

417

କନକ ବ୍ୟୁରୋ : ଲୋକତନ୍ତ୍ରର ସମର୍ଥକଙ୍କୁ ବନ୍ଧୁକ ମୁନରେ ଜବତ କରିବାକୁ ଚେଷ୍ଟା କରୁଛି ମ୍ୟାମାର ସେନା । ଗୋଟିଏ ପଟେ ସେନାର ଏକଛତ୍ରବାଦ ଶାସନ ବଢୁଛି ତ ଅନ୍ୟପଟେ ସେନାର ଅତ୍ୟାଚାର ନେଇ ରାସ୍ତାକୁ ଉହ୍ଲାଉଛନ୍ତି ନାଗରିକ । ଏକ ରିପୋର୍ଟ ମୁତାବକ ମିଆଁମାର ସେନା ବିଶେଷ ଭାବେ ଗ୍ରାମୀଣ ଲୋକଙ୍କୁ ଟାର୍ଗେଟ୍ କରୁଛି । ଏହି କ୍ରମରେ କୁହାଯାଇଛି କି ମିଆଁମାର ସେନା ଏକ ଗାଁ ଭିତରେ ପଶି ଲୋକଙ୍କ ହାତ ଗୋଡ ବାନ୍ଧି ନିଆଁ ଲଗାଇ ଦେଇଛି । ଏଥିରେ ୫ ଜଣ ଶିଶୁଙ୍କ ସମେତ ମୋଟ ୧୧ ଜଣ ମୃତ୍ୟୁବରଣ କରିଛନ୍ତି । ମିଆଁମାରର ଉତ୍ତର-ପଶ୍ଚିମରେ ଥିବା ସଗାଇଙ୍ଗ ଅଞ୍ଚଳର ଡନ ତାବ ଗାଁରେ ଜଳୁଥିବା ଶବମାନଙ୍କର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ଫୁଟେଜ ସେନା ତରଫରୁ ଗ୍ରାମବାସୀଙ୍କୁ ଗୁଳିମାରିବାର କିଛି ସମୟ ପରେ ସୁଟିଂ କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି କି କିଛି ଲୋକ ଜୀବିତ ଥିବା ବେଳେ ତାଙ୍କ ଦେହରେ ସେନା ନିଆଁ ଲଗାଇଦେଇଛି । ଚଳିତ ବର୍ଷ ଫେବୃଆରୀରେ ହୋଇଥିବା ବିଦ୍ରୋହ ପରଠାରୁ ସାମରିକ ଶାସନକୁ ବିରୋଧ କରୁଥିବା ଗୋଷ୍ଠୀଙ୍କ ଦ୍ୱାରା ଜୁଣ୍ଟାର ସାମରିକ ବାହିନୀ ପ୍ରସ୍ତୁତ କରାଯାଇଛି । ଏହାପରେ ଜୁଣ୍ଟାର ସାମରିକ ବାହିନୀ ଓ ମିଲିସିଆଙ୍କ ମଧ୍ୟରେ ଏହି ଅଞ୍ଚଳରେ ଭୟଙ୍କର ଯୁଦ୍ଧ ଦେଖିବାକୁ ମିଳିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ସେନା ପ୍ରଥମେ କିଛି ଗ୍ରାମବାସୀଙ୍କୁ ଏକାଠି କରିଥିଲା । ଏହାପରେ ସେମାନଙ୍କ ହାତଗୋଡ ବାନ୍ଧି ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା ।

ଅନ୍ୟପଟେ ସଂଯୁକ୍ତ ରାଷ୍ଟ୍ରର ପ୍ରବକ୍ତା ଷ୍ଟିଫନ ଦୁଜାରିକ ଏହି ୧୧ ଜଣ ଗ୍ରାମବାସୀଙ୍କୁ କରାଯାଇଥିବା ହତ୍ୟା ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି କି ରିପୋର୍ଟ ମୁତାବକ ଏହି ହତ୍ୟାରେ ୫ ଜଣ ଶିଶୁଙ୍କର ଜୀବନ ଯାଇଛି । ଯାହାକି ମାନବ ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା ।

ଏହି ୧୧ ଜଣ ଲୋକଙ୍କ ମୃତ୍ୟୁ ନେଇ ସ୍ୱତନ୍ତ୍ର ଭାବେ କିଛି କୁହାଯାଇ ନାହିଁ । ସମାଚାର ଏଜେନ୍ସି ଏସୋସିଏଟେଡ ପ୍ରେସକୁ ଜଣେ ଲୋକ ଏନେଇ ସୂଚନା ଦେଇଥିବା କଥା କୁହାଯାଇଛି ।