ନିଜ ମୁଣ୍ଡରୁ ଦୋଷ ଖସାଇଦେଲେ ସମ୍ବଲପୁର ଜେଲର : ହାଇଦର ଫେରାର ମାମଲାରେ କହିଲେ ଜେଲ କର୍ତୃପକ୍ଷଙ୍କୁ ଅନ୍ଧାରରେ ରଖିଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ୱାର୍ଡର

ହାଇଦର ସଂପର୍କରେ ନିୟମିତ ଦେଉଥିଲେ ଭୁଲ ତଥ୍ୟ

195

କନକ ବ୍ୟୁରୋ : ହାଇଦର ଫେରାର ମାମଲାରେ ୱାର୍ଡର ମୁଣ୍ଡରେ ଅଠା ବୋଳିଛନ୍ତି ସମ୍ବଲପୁର ଜେଲର । କହିଛନ୍ତି ନିୟମିତ ବ୍ୟବଧାନରେ ହାଇଦରର ସୁରକ୍ଷାଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଯୋଗାଯୋଗ କରି ଖବର ନେଉଥିଲେ । ହେଲେ ସଂପୃକ୍ତ ଓକ୍ୱାର୍ଡର ହାଇଦର ସଂପର୍କରେ ଭୁଲ ତଥ୍ୟ ଦେବା ସହ ତାଙ୍କୁ ଅନ୍ଧାରରେ ରଖୁଥିଲେ । ଯେଉଁଥିପାଇଁ ହାଇଦର ସଂପର୍କରେ ସଠିକ ତଥ୍ୟ ମିଳୁନଥିଲା । ଏପରିକି ଗଣମାଧ୍ୟମରୁ ୱାର୍ଡର ଗିରଫ ଖବର ଜାଣିଥିବା କହିଛନ୍ତି ଜେଲର ।

ସେପଟେ, ହାଇଦର ଫେରାର ହେବା ଘଟଣାରେ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ମଙ୍ଗଳବାଗ ଥାନା ପୁଲିସ । ସମ୍ବଲପୁର ପୁଲିସର କନେଷ୍ଟବଳ ମହମ୍ମ ମୌସିମ ଓ ସମ୍ବଲପୁର ମଣ୍ଡଳ କାରାଗାରର ୱାର୍ଡର ଶିବନାରାୟଣ ନନ୍ଦ । ଏମାନେ ଅପରାଧିକ ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗରେ ଗିରଫ କରାଯାଇଛି । ଦୁଇ ସୁରକ୍ଷାକର୍ମୀ କର୍ତବ୍ୟରେ ଅବହେଳା କରିବାରୁ ହାଇଦର ଫେରାର ହେବାକୁ ସୁଯୋଗ ପାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

ତେବେ, ଏହିଭଳି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଇଛନ୍ତି ଅନ୍ୟ ୫ ପୁଲିସ୍‌ କର୍ମଚାରୀ, ଯେଉଁମାନେ କି ହାଇଦର୍‌ ସହିତ ଏସ୍‌କର୍ଟରେ ଆସିଥିଲେ। ନିୟମ ଅନୁସାରେ, ସେମାନେ ମେଡିକାଲ ୱାର୍ଡରେ ରହିବା କଥା ମାତ୍ର ଲଜ୍‌ରେ ସେମା‌ନେ ଅୟସ କରୁଥିଲେ। ଅବଶ୍ୟ, ଏଥିପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଅନ୍ୟ ୫ ଜଣ ସମ୍ବଲପୁର ଜିଲ୍ଲାର ହାବିଲ୍‌ଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଳ ବୁଲବୁଲ ସାହୁ, ଦୀପକ ସାହୁ, ଉମାକାନ୍ତ ବେହେରା, ସୁଧା˚ଶୁ ମାଝି। ମଙ୍ଗଳାବାଗ ଥାନା ପୁଲିସ ସେମାନଙ୍କୁ ଗିରଫ ନଦର୍ଶାଇ ଛାଡ଼ିଦେବା ଘଟଣାକୁ ନେଇ ଏବେ ପ୍ରଶ୍ନ ଉଠୁଛି।